ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ଚେଷ୍ଟା ପରେ ରାଜଧାନୀ ଦିଲ୍ଲୀର ଅନେକ ହସ୍ପିଟାଲରେ ଅମ୍ଲଜାନ ସଙ୍କଟ ଲଗାତର ଭାବେ ଦେଖିବାକୁ ମିଳୁଛି । ଏହାରି ମଧ୍ୟରେ ଖବର ସାମ୍ନାକୁ ଆସିଛି କି, ଦିଲ୍ଲୀର ସର ଗଙ୍ଗାରାମ ହସ୍ପିଟାଲରେ ୨୪ ଘଣ୍ଟାରେ ୨୫ ରୋଗୀଙ୍କ ମୃତ୍ୟୁ ହୋଇଛି ଏବଂ ୬୦ ଗୁରୁତର ରୋଗୀଙ୍କ ଅବସ୍ଥା ସଙ୍କଟରେ । ଯଦି ଜରୁରୀକାଳୀନ ପରିସ୍ଥିତିରେ ଅମ୍ଲଜାନ ଉପଲବ୍ଧ ନହୋଇପାରେ ତେବେ ବଡ ଧରଣ ଅଘଟଣ ଘଟିପାରେ ବୋଲି କୁହାଯାଉଛି । ମାତ୍ର କିଛି ଘଣ୍ଟା ପାଇଁ ହସ୍ପିଟାଲରେ ଅମ୍ଲଜାନ ଉପଲବ୍ଧ ଅଛି । ହସ୍ପିଟାଲର କହିବାନୁଯାୟୀ, ଭେଣ୍ଟିଲେଟର ଏବଂ ବାଇଲେଭଲ ପଜିଟିଭ ଏୟାରୱେ ପ୍ରେସର ଠିକ ଭାବେ କାମ କରୁନି । ଆଇସିୟୁ ଏବଂ ଇଡିରେ ମ୍ୟାନୁଆଲି ଭାବେ ଭେଣ୍ଟିଲେସନ କରାଯାଉଛି ।
ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ ଗଙ୍ଗାରାମ ହସ୍ପିଟାଲରେ ୩୭ ଡାକ୍ତର କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ସେମାନଙ୍କୁ ୫ଟି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ଆଉ କିଛି ଡାକ୍ତରଙ୍କୁ ହୋମ ଆଇସୋଲେସନରେ ରଖାଯାଇଥିଲା । ଏମାନଙ୍କ ମଧ୍ୟରୁ ଅଧିକାଂଶ ଡାକ୍ତର କରୋନା ରୋଗୀଙ୍କୁ ଚିକିତ୍ସା କରୁଥିଲେ ।