ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଚଳିତବର୍ଷ ଦେଶ ସୁଧା ଭାରତୀୟ ବଜାରକୁ ଆସିପାରେ କରୋନା ଟୀକା ବୋଲି ଦିଲ୍ଲୀ ଏମ୍ସର ନିର୍ଦ୍ଦେଶକ ଡ. ରଣଦୀପ ଗୁଲେରୀୟା ସୂଚନା ଦେଇଛନ୍ତି । ସେ କହିଛନ୍ତି କି, ଖୋଲା ବଜାରେ ଟୀକା ସେତେବେଳେ ଉପଳବ୍ଧ ହେବ ଯେତେବେଳେ ପ୍ରାଇମ ଟାର୍ଗେଟ ପୁରଣ ହୋଇଯିବ । ଆଶା କରାଯାଉଛି କି ୨୦୨୧ ର ଶେଷ ବା ତା ପୂର୍ବରୁ ବଜାରକୁ ଟୀକା ଆସିଯିବ ।
ଆଜି କୋଭିଡ ଟୀକାର ଦ୍ୱିତୀୟ ଟୀକା ଲଗାଇବା ପରେ ଗୁଲେରିୟା କହିଛନ୍ତି କି, ସମସ୍ତଙ୍କୁ କହିବାକୁ ଚାହୁଁଛି କି ଟୀକା ଲଗାଇବା ପାଇଁ ଡରନ୍ତୁ ନାହିଁ । କରୋନା ସ୍ଥିତି ଏବେ ସାମାନ୍ୟ ହୋଇଯାଇଛି । ଅନ୍ୟ ଦେଶ ତୁଳନାରେ ଭାରତର ସ୍ଥିତି ବହୁତ ଭଲ ଅଛି । କିନ୍ତୁ ଆମକୁ ଏହାକୁ ଠିକ୍ ରଖିବାକୁ ହେବ । ସେଥିପାଇଁ ଟୀକା ଲଗେଇବାକୁ ହେବ ।
ସୂଚନାଯୋଗ୍ୟ,୧୬ ଜାନୁଆରୀ ୨୦୨୧ ରେ କରୋନାର ପ୍ରଥମ ଡୋଜ ନେଇଥିଲେ ରଣଦୀପ ଗୁଲେରିୟା । ଆଜି ଏହାର ଦ୍ୱିତୀୟ ଡୋଜ ନେଇଛନ୍ତି ।