ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି କରୋନା ଆକ୍ରାନ୍ତ । ଆଜି ରାଜ୍ୟରେ ପୁଣି ୧୫୩ ଜଣ କରୋନା ରୋଗୀ ସୁସ୍ଥ ହୋଇଥିବା ଜାଣିବାକୁ ମିଳିଛି । ସମସ୍ତଙ୍କୁ ଏବେ ହସ୍ପିଟାଲରୁ ଡିସଚାର୍ଜ କରିଦିଆ ଯାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ର ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
2 each from Balangir, Jharsuguda and Nayagarh
1 from Koraput
The total recovered cases of Odisha now stand at 3200.
— H & FW Dept Odisha (@HFWOdisha) June 19, 2020
ଆଜି ସୁସ୍ଥ ହୋଇଥିବା ନୂତନ ୧୫୩ ଜଣଙ୍କ ମଧ୍ୟରେ କଟକର ୪୩ ଜଣ, ଜଗତସିଂହପୁରର ୨୧ ଜଣ, କନ୍ଧମାଳର ୧୮ ଜଣ, ଖୋର୍ଦ୍ଧାର ୧୨ ଜଣ, ଭଦ୍ରକର ୧୧ ଜଣ, ଗଜପତିର ୯ ଜଣ, କଳାହାଣ୍ଡିର ୭ ଜଣ, ବାଲେଶ୍ୱର,ଦେବଗଡଳ ଗଞ୍ଜାମ, ମୟୂରଭଞ୍ଜର ଏବଂ ସୁନ୍ଦରଗଡର ୫ ଜଣ ଲେଖାଁଏ, ବଲାଙ୍ଗିର, ଝାରସୁଗୁଡା ଏବଂ ନୟାଗଡର ୨ ଜଣ ଲେଖାଁଏ ଏବଂ କୋରାପୁଟର ଜଣେ ରହିଛନ୍ତି ।
ଏହାକୁ ମିଶାଇ ରାଜ୍ୟରେ ମୋଟ ୩୨୦୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରି ସାରିଲେଣି ।