ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି । ଏହାରି ମଧ୍ୟରେ ଯୋଗଗୁରୁ ରାମଦେବ ବାବା ମଙ୍ଗଳବାର ଏକ ଆୟୁର୍ବେଦିକ କୋଭିଡ ୧୯ ଔଷଧ କୋରୋନିଲ ଲଞ୍ଚ କରିବା ସହ ଦାବି କରିଛନ୍ତି କି ଏହି ଔଷଧ କୋଭିଡ୧୯ ଚିକିତ୍ସାରେ ଶତପ୍ରତିଶତ ଫଳପ୍ରଦ ହେବ ।
ଏହାପରେ ଆୟୁଷ ମନ୍ତ୍ରାଳୟ ପକ୍ଷରୁ ପତଞ୍ଜଳୀର ଏହି ଔଷଧରେ ଥିବା ବିଭିନ୍ନ ଜଡି ବୁଟିର ମାତ୍ରା ଏବଂ ନିର୍ଦ୍ଧିଷ୍ଟ ସୂଚନା ଯଥା ସମ୍ଭବ ଉପଲବ୍ଧ କରିବା ପାଇଁ କୁହାଯାଇଛି । ଏହାସହିତ ତଦନ୍ତ ନହେବା ଯାଏଁ ଏହି କମ୍ପାନୀକୁ ଏହି ଔଷଧର ପ୍ରଚାର ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ଏନେଇ ପତଞ୍ଜଳିର ପ୍ରବନ୍ଧ ନିର୍ଦ୍ଦେଶକ ଆଚାର୍ଯ୍ୟ ବାଳକୃଷ୍ଣ କହିଛନ୍ି କି, ଆମେ କ୍ଲିନିକାଲ ଟ୍ରାୟଲର ସମସ୍ତ ମାନଦଣ୍ଡକୁ ଶତପ୍ରତିଶତ ପୁରଣ କରିଛୁ ଏବଂ କମ୍ପାନୀ ଏହି ଔଷଧ ସଂରଚନାର ବିସ୍ତୃତ ସୂଚନା ଆୟୂଷ ମନ୍ତ୍ରାଳୟକୁ ପଠାଇ ଦେଇଛି । କମ୍ପାନୀ ପକ୍ଷରୁ ଆୟୂଷ ମନ୍ତ୍ରାଳୟକୁ ପଠାଯାଇଥିବା ୧୧ ପୃଷ୍ଠା ବିଶିଷ୍ଠ ଜବାବରେ ଔଷଧ ଏବଂ ପରୀକ୍ଷଣ ମଞ୍ଜୁରୀ ସମ୍ବନ୍ଧୀୟ ବିସ୍ତୃତ ସୂଚନା ଉବଲବ୍ଧ କରାଯାଇଛି ।
ରାମଦେବ ବାବା କହିଛନ୍ତି କି, ଔଷଧର ଅନୁସନ୍ଧାନରେ ପତଞ୍ଜଳୀ ଏବଂ ଜୟପୁରର ରାଷ୍ଟ୍ରୀୟ ଆୟୁର୍ବିଜ୍ଞାନ ସଂସ୍ଥାନର ଚିକିତ୍ସକ ସଂଯୁକ୍ତ ରୁପେ ପରୀକ୍ଷଣ ଏବଂ କ୍ଲିନିକାଲ ଟ୍ରାୟଲ କରିଛନ୍ତି । କ୍ଲିନିକାଲ ଟ୍ରାୟଲ ରେଜିଷ୍ଟ୍ରି ଅଫ୍ ଇଣ୍ଡିଆ (ସିଟିଆରଆଇ) ଠାରୁ ଅନୁମତି ମିଳିବା ପରେ ଏବଂ ସମସ୍ତ ଆବଶ୍ୟକୀୟ ଔପଚାରିକତା ପୁରଣ କରିବା ପରେ ଅଧ୍ୟୟନ କରାଯାଇଛି ।