ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଡାକ୍ତର ହରେକୃଷ୍ଣ ପ୍ରଧାନ ଯାହାଙ୍କୁ ସାରା ଭାରତ ‘ବାର୍ଡ ଫ୍ଲୁ ମ୍ୟାନ ଅଫ ଇଣ୍ଡିଆ ‘ ନାମରେ ଜାଣେ , ତାଙ୍କର ଆଜି ପରଲୋକ ଘଟିଛି । ସେ ସମସ୍ତଙ୍କୁ ଛାଡି ଆରପାରିକି ଚାଲିଯାଇଛନ୍ତି । ଆଜି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।
ଡାକ୍ତର ହରେକୃଷ୍ଣ ପ୍ରଧାନ ଭୋପାଳରେ ଥିବା ହାଇ ସିକ୍ୟୁରିଟି ପଶୁ ରୋଗ ଲାବୋରେଟୋରୀ (ଏଚଏସଏଡିଏଲ) ର ପ୍ରତିଷ୍ଠାତା-ନିର୍ଦ୍ଦେଶକ ଥିଲେ । ବାର୍ଡ ଫ୍ଲୁ ଜୀବାଣୁ ଉପରେ ଡାଇଗ୍ନୋଷ୍ଟିକ୍ ପରୀକ୍ଷା କରିବାର କ୍ଷମତା ଥିବା ଦେଶର ଏହା ହେଉଛି ଏକମାତ୍ର ଲାବୋରେଟୋରୀ। ବାର୍ଡ ଫ୍ଲୁ ଜୀବାଣୁ ବା ଭାଇରସର ଚିହ୍ନଟ ତଥା ତାକୁ ହଟାଇବାରେ ଡାକ୍ତର ହରେକୃଷ୍ଣ ପ୍ରଧାନଙ୍କର ଅତୁଳନୀୟ ଅବଦାନ ଥିଲା।
ପ୍ରାଣୀ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ସେ ବୋଧହୁଏ ଏକମାତ୍ର ବୈଜ୍ଞାନିକ, ଯାହାର ଅନୁସନ୍ଧାନ କାଗଜ ପତ୍ର ବା ପାଠ୍ୟକ୍ରମ ବିଶ୍ୱବ୍ୟାପି ସୂଚିତ ପାଠ୍ୟପୁସ୍ତକରେ ଅନ୍ତର୍ଭୂକ୍ତ କରାଯାଇଛି। ସେ ୧୦୩ ଜର୍ନାଲ ଜାହାକି ଜ୍ଞାନିକ କାଗଜ ପ୍ରକାଶ କରିଛନ୍ତି ଯେଉଁଥିରୁ ୧୮ ଟି ବିଦେଶୀ ପତ୍ରିକାରେ ଅଛି । ସେ ସମଗ୍ର ଭାରତରେ ନିଜର ବୈଜ୍ଞାନିକ ବହି ଗୁଡିକର ଲେଖା ପାଇଁ ବେସ ପରିଚିତ । ମିଡିଆ ରିପୋର୍ଟ ଅନୁଯାୟୀ, ସେ କୋଭିଡ-୧୯ପଜିଟିଭ୍ ଚିନ୍ହଟ ହୋଇଥିଲେ ।
କନ୍ଧମାଳ ଜିଲ୍ଲା ଖଜୁରିଆ ପଡାରେ ତାଙ୍କର ଜନ୍ମ । ସେ ଜଣେ ଶିକ୍ଷକ ପରିବାରେ ଜନ୍ମଗ୍ରହଣ କରିଥିଲେ । ନିଜର ପ୍ରାଥମିକ ଶିକ୍ଷା ଶେଷ କରିବା ପରେ ସ୍କଲାରସିପ ବା ଛାତ୍ରବୃତ୍ତି ସାହାଯ୍ୟରେ ଭେଟେରିନାରି ପ୍ୟାଥୋଲୋଜିରେ ପିଏଚଡି ହାସଲ କରିଥିଲେ ।