ଭୁବନେଶ୍ୱର(ଏଟିଆର ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ଓଡିଶା ପୋଲିସରେ ୯୦୫ ଟି ପଦବୀକୁ ଯୁକ୍ତିଯୁକ୍ତ କରିବା ଏବଂ ରାଜ୍ୟରେ ୬ ଟି ନୂତନ ପୋଲିସ ଷ୍ଟେସନ ଗଠନକୁ ଅନୁମୋଦନ କରିଛନ୍ତି।ଉଚିତ ଓ କଡାକଡି ଭାବେ ଅପରାଧ ନିୟନ୍ତ୍ରଣ ଏବଂ ନାଗରିକ କେନ୍ଦ୍ରିକ ସେବାଗୁଡିକର ଦକ୍ଷ ବିତରଣ ପାଇଁ ଏଟିଆର୨୨୦ ପୋଲିସ୍ ଷ୍ଟେସନରେ ପଦବୀଗୁଡିକର ଯୁକ୍ତିଯୁକ୍ତକରଣ ପାଇଁ ଅନୁମୋଦନ ଦିଆଯାଇଥିଲା ।
କଡା ସୁରକ୍ଷା ପ୍ରତିକ୍ରିୟା ତଥା ବିକାଶମୂଳକ କାର୍ୟ୍ୟକଳାପ ଯୋଗୁଁ ମାଓବାଦୀ ବିପକ୍ଷରେ ଲଢି ଓ ମାଓବାଦିକୁ ହ୍ରାସ କରିବାରେ ରାଜ୍ୟରେ ପୋଲିସ ସଫଳ ହୋଇପାରିଛି ଓ ଏହା ସହିତ ନିଜର ମାନବସମ୍ବଳକୁ ଯୁକ୍ତିଯୁକ୍ତ କରିପାରିଛି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି । ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ପୋଲିସ ମହାନିର୍ଦ୍ଦେଶକଙ୍କୁ ଯୁକ୍ତିଯୁକ୍ତ ଭାବରେ ପୋଲିସ ଷ୍ଟେସନରେ ଅଧିକ କର୍ମଚାରୀ ଉପଲବ୍ଧ କରାଇବାକୁ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ ବିଭିନ୍ନ ଜିଲ୍ଲାରେ ୬ଟି ନୂତନ ପୋଲିସ୍ ଷ୍ଟେସନ୍ ନିର୍ମାଣକୁ ଅନୁମୋଦନ କରିଛନ୍ତି। ଯେଉଁ ପୋଲିସ୍ ଷ୍ଟେସନଗୁଡିକର ସାଖା ବିଭାଜନ ହେବ ତାହା ହେଉଛି ଭୁବନେଶ୍ୱରର ଖଣ୍ଡଗିରି, ଅନୁଗୁଳ ଟାଉନ୍, ଜାସୁଗୁଡା ଟାଉନ୍, ଗଞ୍ଜାମର ଭଞ୍ଜନଗର, ଭଦ୍ରକ (ଗ୍ରାମାଞ୍ଚଳ ) ଏବଂ ଭଦ୍ରକର ତିହିଡି।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024