ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); କରୋନାର ନୂତନ ଭ୍ୟାରିଆଣ୍ଟ ଏକ୍ସଇ କୁ ନେଇ ଏବେ ଦେଶରେ ବଢିଲା ଚିନ୍ତା । ଏହି ଭ୍ୟାରିଆଣ୍ଟର ପ୍ରଥମ ମାମଲା ଏବେ ଗୁଜୁରାଟରେ ଚିହ୍ନଟ ହୋଇଛି । ଏନେଇ ବରିଷ୍ଠ ସରକାରୀ ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି ।
ବ୍ୟକ୍ତି ଜଣଙ୍କ ମାର୍ଚ୍ଚ ୧୩ ତାରିଖରେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏହାପରେ ଗୋଟେ ସପ୍ତାହ ମଧ୍ୟରେ ସେ ସୁସ୍ଥ ହୋଇଯାଇଥିଲେ । ପରେ ତାଙ୍କ ଜିନୋମ ସ୍ୱିକେନ୍ସିଂ କରାଯାଇଥିଲା । ଏଥିରେ ସେ ଏକ୍ସଇ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡିଛି ।
ସୂଚନାଯୋଗ୍ୟ, ଓମିକ୍ରନ-ବିଏ୧ ଓ ବିଏ୨ ର ସମିଶ୍ରଣ ହେଉଛି ଏକ୍ସଇ ଭ୍ୟାରିଆଣ୍ଟ । ଏହା ପ୍ରତିଶତ ଅଧିକ ସଂକ୍ରାମକ ଅଟେ ।