ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଜାରି ରହିଛି କରୋନା ଆତଙ୍କ । ରାଜ୍ୟରୁ ଗୋଟେ ପରେ ଗୋଟେ ଜୀବନ ନେଉଛି ଏହି କିଲର ଭାଇରସ । ସଂକ୍ରମଣଙ୍କ ସଂଖ୍ୟା ଧୀରେ ଧୀରେ ହ୍ରାସ ପାଉଛି ପଛେ ମୃତକଙ୍କ ସଂଖ୍ୟା କମିବାରେ ନାଁ ଧରୁନି । ଏବେ ପୁଣି ରାଜ୍ୟରୁ ଆଉ ୧୫ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି । ଏହାପରେ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୩୯୩ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
କରୋନା ରୋଗରେ ଆକ୍ରାନ୍ତ ହେବା ପରେ ଏମାନେ ସମସ୍ତେ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଚିକିତ୍ସାଧୀନ ଅବସ୍ଥାରେ ସମସ୍ତଙ୍କର ମୃତ୍ୟୁ ଘଟିଛି ।