ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଘରୋଇ ଲ୍ୟାବରେ କରୋନା ଟେଷ୍ଟ ପାଇଁ ମୂଲ୍ୟ ଧାର୍ଯ୍ୟ କରାଯାଇଛି । ଏଣିକି ଘରୋଇ ଲ୍ୟାବରେ କରୋନା ଟେଷ୍ଟ କଲେ ୨୨ ଶହ ଟଙ୍କା ଦେବାକୁ ପଡିବ । ଏଥିରେ ଜିଏସଟି ବି ସାମିଲ ଅଛି ।
ଅନ୍ୟପଟେ ଭୁବନେଶ୍ୱରର ୪ ଟି ଘରୋଇ ଲ୍ୟାବକୁ କରୋନା ଟେଷ୍ଟ ପାଇଁ ରାଜ୍ୟ ସରକାର ପକ୍ଷରୁ ଅନୁମତି ମିଳିଛି । ଏହି ୪ ଟି ଘରୋଇ ଲ୍ୟାବ ମଧ୍ୟରେ ରହିଛି ଆପୋଲୋ, ସମ୍ ହସ୍ପିଟାଲ, ଆଇଏନଡିଏନଏ ଲାଇପ୍ ସାଇନ୍ସ ଓ ଜେନଏକ୍ସ ଡାଇଗ୍ନୋଷ୍ଟିକ୍ସ ।
ଏବେ ରାଜ୍ୟରେ କରୋନା ଟେଷ୍ଟର ସୁବିଧା ସରକାରୀ ଲ୍ୟାବ ସମେତ ୪ ଟି ଘରୋଇ ଲ୍ୟାବ୍ ରେ ବି ରହିଛି ।