ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ ହ୍ରାସ ପାଉଛି କରୋନା ପ୍ରକୋପ । ଏବେ ଦେଶରେ ୨୦ ହଜାର ତଳେ ରହିଛି ଆକ୍ରାନ୍ତଙ୍କ ସଂଖ୍ୟା । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ସଂଖ୍ୟା ମୁତାବକ ଗତ ୨୪ ଘଣ୍ଟା ମଧ୍ୟରେ ୧୮ ହଜାର ୨୨୨ ନୂତନ ମାମଲା ସାମ୍ନାକୁ ଆସିଛି । ଏହାପରେ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୦୪,୩୧,୬୩୯ ରେ ରେ ପହଁଚିଛି । ସେହିପରି ଏହି ମାରାତ୍ମକ ଭାଇରସ ପାଇଁ ୨୨୮ଜଣଙ୍କର ମୃତ୍ୟୁ ହୋଇଛି । ଏହାପରେ ଦେଶରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୫,୯୧,୭୩୧ କୁ ବୃଦ୍ଧି ପାଇଥିବା ବେଳେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧, ୫୦,୭୯୮ ରେ ପହଁଚିଛି ।
ସେହିପରି ଦେଶରେ ସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି । ସେହିଅନୁଯାୟୀ ଦେଶରେ ମୋଟ ୧,୦୦,୫୬,୬୫୧ ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରି ସାରିଲେଣି । ଅନ୍ୟପଟେ ଏବେ ଦେଶରେ ୨,୨୪,୧୯୦ ଟି ସକ୍ରିୟ ମାମଲା ରହିଛି ।