ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ରାଜ୍ୟରେ ଚିହ୍ନଟ ହୋଇଥିବା ୪୬,୪୭ ଓ ୪୮ ନଂ କରୋନା ସଂକ୍ରମିତଙ୍କ ମଧ୍ୟରେ ୨ ଜଣ ଶିଶୁ ରହିଥିବା ସୂଚନା । ଏବଂ ତୃତୀୟ ଚିହ୍ନଟ ହେଉଛନ୍ତି ଏହି ୨ ଶିଶୁଙ୍କର ମା ବୋଲି ଜଣା ପଡିଛି । ୪୨ ନଂ କରୋନା ରୋଗୀଙ୍କ ସମ୍ପର୍କୀୟଙ୍କ ନିକଟତମ ବୋଲି ଜଣା ପଡିଛି । ଏମାନେ ୪ ଓ ୫ ତାରିଖରେ ୪୨ ନଂ କରୋନା ପଜେଟିଭଙ୍କୁ ଭେଟିବାକୁ ହସ୍ପିଟାଲ ଯାଇଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ ଗତ ଏପ୍ର୍ରିଲ ୬ ତାରିଖରେ ୪୨ ନଂ ସଂକ୍ରମିତଙ୍କ ଏମ୍ସରେ ପରଲୋକ ହୋଇଥିଲା ।
ରାଜ୍ୟ ସୂଚନା ବିଭାଗ ପକ୍ଷରୁ ଏବେ ଦିଆଯାଇଥିବା ଟ୍ରାଭେଲ ହିଷ୍ଟ୍ରିର ସୂଚନା ଅନୁସାରେ ଏମାନେ ୪୨ ନଂଂ କରୋନା ରୋଗୀଙ୍କ ଦେଖା ଶୁଣା କରିବା ପାଇଁ ୪ ଓ ୫ ତାରିଖରେ ଭୁବନେଶ୍ୱର ଏମସ ହସ୍ପିଟାଲ ଯାଇଥିଲେ । ସେମାନଙ୍କୁ କ୍ୱାରେଣ୍ଟାଇନରେ ମଧ୍ୟ ରଖା ଯାଇଥିଲା ଏବେ ଏହି ୩ ଜଣଙ୍କର ରିପୋର୍ଟ ପଜେଟିଭ ଆସିଛି ।