ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନାକୁ ମାତ୍ ଦେବା ପାଇଁ ଏବେ ଦେଶରେ ଦ୍ରୁତ ଗତିରେ ଚାଲିଛି ଟୀକାକରଣ ପ୍ରକ୍ରିୟା । ଟୀକାକରଣ କେନ୍ଦ୍ରମାନଙ୍କାରେ ବର୍ତ୍ତମାନ କୋଭିସିଲ୍ଡ ଏବଂ କୋଭିକ୍ସିନ ଟୀକା ମହଜୁଦ ରହିଛି । କିନ୍ତୁ ବହୁତ ଶୀଘ୍ର ସରକାରୀ ଟୀକାକରଣ କେନ୍ଦ୍ରରେ ଋଷର ସ୍ଫୁଟୀନିକ ଭି ଟୀକା ଉପଲବ୍ଧ ହେବ । ତାହା ପୁଣି ମାଗଣାରେ ଉପଲବ୍ଧ କରାଯିବ ।
କୋଭିଡ୧୯ କାର୍ଯ୍ୟ ସମୂହର ଅଧ୍ୟକ୍ଷ ଡା. ଏନକେ ଅରୋଡା କହିଛନ୍ତି କି, ଟୀକାକରଣ କେନ୍ଦ୍ରରେ ସ୍ଫୁଟୀନିକ ଭି ଟୀକା ମାଗଣାରେ ଉପଲବ୍ଧ କରାଯିବ । ଏବେ କେବଳ ଘରୋଇ ହସ୍ପିଟାଲମାନଙ୍କରେ ଏହି ଟୀକା ଉପଲବ୍ଧ ଅଛି । ଏହାକୁ ଆମେ ମାଗଣା ଟୀକାକରଣ କେନ୍ଦ୍ରରେ ଉପଲବ୍ଧ କରିବାକୁ ଚାହୁଁଛୁ କିନ୍ତୁ ଏହା ଟୀକାର ଯୋଗାଣ ଉପରେ ନିର୍ଭର । ଏହି ଟୀକାକୁ -୧୮ ଡିଗ୍ରୀଂ ସେଲସିୟସ ତାପମାତ୍ରାରେ ରଖିବାକୁ ପଡିଥାଏ ।
ସେ ଆହୁରୀ ମଧ୍ୟ କହିଛନ୍ତି କି, ପୋଲିଓ ଟୀକା ରଖାଯାଇଥିବା କୋଲ୍ଡ ଚେନକୁ ସ୍ଫୁଟିନିକ ଭି ରଖିବା ପାଇଁ ବ୍ୟବହାର କରାଯିବ । ଏଥିରେ ସୁନିଶ୍ଚିତ ହେବ କି ଏହି ଟୀକା ଦେଶର ଗ୍ରାମାଞ୍ଚଳ ମାନଙ୍କରେ ମଧ୍ୟ ପହଁଚି ପାରିବ ।