ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ସଙ୍କଟ ମଧ୍ୟରେ ଖୁସୀ ଖବର । ଋଷର ସ୍ଫୁଟିନିକ ଭି ଟୀକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଡ୍ରଗ କଣ୍ଟ୍ରୋଲ ଜେନେରାଲ ଅଫ୍ ଇଣ୍ଡିଆ ପକ୍ଷରୁ ମଞ୍ଜୁରୀ ମିଳିଛି । କୋଭିସିଲ୍ଡ ଏବଂ କୋଭାକ୍ସିନ ପରେ ସ୍ଫୁଟିନିକ ଭି ତୃତୀୟ ଟୀକା ଯାହାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିଛି । ବହୁତ ଶୀଘ୍ର ଏହି ଟୀକାକୁ ଲୋକଙ୍କୁ ଦିଆଯିବ ।
ବିଶେଷଜ୍ଞ ସମିତି ସୋମବାର ସ୍ଫୁଟିନିକ ଭି ର ସିମିତ ଜରୁରୀକାଳୀନ ବ୍ୟବହାର ପାଇଁ ସୁପାରିଶ କରିଥିଲା । ଭାରତୀ ବାୟୋଟେକର କୋଭାକ୍ସିନ ଏବଂ ସେରମ ଇଂଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆର କୋଭିସିଲ୍ଡ ଟୀକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଜାନୁଆରୀ ମାସରେ ଡିସିଜିଆଇ ଅନୁମତି ଦେଇଥିଲା ।
ସୂତ୍ର ମୁତାବକ, ସ୍ଫୁଟିନିକ ଭି ଟୀକାର ପ୍ରାୟତଃ ୧୦ କୋଟି ଡୋଜ ଆଗାମୀ ୭ ମାସ ଭିତରେ ଆମଦାନୀ କରାଯିବାର ସମ୍ଭାବନା ରହିଛି । ଏହାପୂର୍ବରୁ ସୋମାବାର ଋଷ ଆଶା ପ୍ରକଟ କରିଥିଲା କି ସ୍ଫୁଟିନିକ ଭି ଟୀକା ଭାରତରେ ମଞ୍ଜୁରୀ ମିଳିବାର ପ୍ରକ୍ରିୟା ବହୁତ ଶୀଘ୍ର ଶେଷ ହେବ ।