କଟକ(ଏଟିଆର ବ୍ୟୁରୋ):ଓଡିଶାରେ ଏବେ ପ୍ଲାଜମା ଥେରାପିରେ ଚିକିତ୍ସିତ ହୋଇ କୋଭିଡ-୧୯ ପଜିଟିଭରେ ପିଡିତ ଥିବା ରୋଗୀ ଭଲ ହୋଇଛନ୍ତି ।
ଜୁଲାଇ ୧୫ ଏବଂ ଜୁଲାଇ ୧୬ରେ ତିନୋଟି ଡାକ୍ତରଖାନା ଭୁବନେଶ୍ୱରର ସମ ହସ୍ପିଟାଲ୍ ,କିମ୍ସ ହସ୍ପିଟାଲ୍ ଏବଂ କଟକ ସ୍ଥିତ ଅଶ୍ୱିନୀ ହସ୍ପିଟାଲରେ କନଭାଲେସେଣ୍ଟ୍ ପ୍ଲାଜମା ଥେରାପି ଆରମ୍ଭ ହୋଇଥିଲା ।
ଜୁଲାଇ ୧୫ରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୋଡାଲ ଏଜେନ୍ସି ଭାବରେ କାର୍ୟ୍ୟ କରୁଥିବା ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଏକ ପ୍ଲାଜମା ବ୍ୟାଙ୍କ ଉଦ୍ଘାଟନ କରିଥିଲେ ଏବଂ ସେ କୋଭିଡ-୧୯ରେ ବଞ୍ଚିଥିବା ଲୋକଙ୍କୁ ସେମାନଙ୍କ ପ୍ଲାଜମା ଦାନ କରିବାକୁ ନିବେଦନ କରିଥିଲେ।
ଜୁଲାଇ ୨୨ ରେ ଗଞ୍ଜାମ ଜିଲ୍ଲାର ସୀତାପାଲ୍ଲୀର ଟାଟା ହସ୍ପିଟାଲରେ ପ୍ଲାଜମା ଥେରାପି ଆରମ୍ଭ ହୋଇଥିଲା ,ପରେ ସରକାର ବ୍ରହ୍ମପୁର ଆଇଜିଏଚ ରାଉରକେଲା, ଏମ୍.କେ.ସି ମେଡିକାଲ୍ କଲେଜ ଏବଂ ହସପିଟାଲ୍ ଏବଂ ଭୁବନେଶ୍ୱରର କ୍ୟାପିଟାଲ୍ ହସ୍ପିଟାଲରେ ପ୍ଲାଜ୍ମା ବ୍ୟାଙ୍କ ଆରମ୍ଭ କରିବାକୁ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ।
୧୩ ଜଣ କୋରୋନା ରୋଗୀଙ୍କୁ ପ୍ଲାଜ୍ମା ଥେରାପିରେ ଚିକିତ୍ସା କରିବାକୁ ଚେଷ୍ଟା କରାଯାଇଥିବା ବେଳେ ଆଜି କଟକ ଅସ୍ୱିନୀ ହସ୍ପିଟାଲରେ ପ୍ଲାଜ୍ମା ଥେରାପିରେ ସୁସ୍ଥ ହୋଇ କଟକ ବାସିନ୍ଦା ୪୮ ବର୍ଷର ଜଣେ ମହଳା କୋରୋନା ରୋଗୀ ଭଲ ହୋଇଛନ୍ତି ।
ଦିଲ୍ଲୀ ଏବଂ ମହାରାଷ୍ଟ୍ର ପରେ ଓଡିଶା ହେଉଛି ତୃତୀୟ ରାଜ୍ୟ ଯାହାକି ଗୁରୁତର ରୋଗୀଙ୍କ ଚିକିତ୍ସା ପାଇଁ ପ୍ଲାଜମା ଥେରାପି ପ୍ରବର୍ତ୍ତନ କରିଛି।