ଭୁବନେଶ୍ୱର (ଏଟିଆର ବ୍ୟୁରୋ); ରାଜ୍ୟର କେତେକ ଜିଲ୍ଲାରେ କିଛିଦିନ ହେବ ମାଡୁଛି ଆଖିଧରା ରୋଗ । ଏନେଇ ଡାକ୍ତରଖାନା ମାନଙ୍କରେ ଜମୁଛି ଲୋକଙ୍କ ଭିଡ । ଏହାକୁ ଦୃଷ୍ଟିର ରଖି ଏହି ରୋଗର ପ୍ରତିକାର ପାଇଁ ମାର୍ଗଦର୍ଶିକା ଜାରି କରିଛି ସ୍ୱାସ୍ଥ୍ୟ ବିଭାଗ ।
ବିଶେଷଜ୍ଞଙ୍କ ମତରେ ଏହା ଏକ ସଂକ୍ରମଣ ରୋଗ । ଏହା ମୁଖ୍ୟତଃ ସ୍ପର୍ଶ ମାଧ୍ୟମରେ ବ୍ୟାପିଥାଏ । ଏଥିପାଇଁ ନିମ୍ନଲିଖିତ ପ୍ରତିଶେଧକ ବ୍ୟବସ୍ଥା ଉପରେ ନଜର ପକାନ୍ତୁ
– ଆଖିଧରାରେ ଆକ୍ରାନ୍ତ ବ୍ୟକ୍ତିଙ୍କର ରୁମାଲ, ତଉଲିଆ, ତକିଆ କିମ୍ବା ସେ ବ୍ୟବହାର କରୁଥିବା ଆଇଡ୍ରପ ଅନ୍ୟମାନେ ବ୍ୟବହାର କରନ୍ତୁ ନାହିଁ ।
– ନିଜର ଚଷମାକୁ ନିୟମିତ ସଫା କରନ୍ତୁ
– ସୁଇମିଂ ପୁଲ, ପୋଖରୀ ଆଦିରେ ମୁହଁ ବୁଡାନ୍ତୁ ନାହିଁ ।
– କଣ୍ଟାକ୍ଟ ଲେନ୍ସ ବ୍ୟବହାରକାରୀ ନିଜର ଚକ୍ଷୁ ଚିକ୍ଷିତ୍ସକଙ୍କ ସହ ପରାମର୍ଶ କରି ସାବଧାନତା ଅବଲମ୍ବନ କରନ୍ତୁ ।
– ଆଖିରେ କୌଣସି ପ୍ରସାଧାନ ସାମଗ୍ରୀ ବ୍ୟବହାର କରନ୍ତୁ ନାହିଁ ।
– ଆଖି ଧରିଲେ ପରିସ୍କାର କପଡା ଉଷୁମପାଣିରେ ବୁଡାଇ ପୋଛନ୍ତୁ ।
– ଆଖି ପୋଛା କପଡାକୁ ଗରମପାଣି ଓ ଡିଟରଜେଣ୍ଟ ପାଉଡରରେ ଭିଜାଇବା ପରେ ନଷ୍ଟ କରିଦିଅନ୍ତୁ
– ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି ଆଖି ଔଷଧ ବ୍ୟବହାର କରନ୍ତୁ ନାହିଁ ।