ଭୁବନେଶ୍ୱର (ଏଟିଆର ବ୍ୟୁରୋ): କରୋନାକୁ ମାତ୍ ଦେବା ପାଇଁ ଟୀକା ଏକମାତ୍ର ଅସ୍ତ୍ର ହୋଇଥିବା ବେଳେ ଏବେ ପୁଣି ରାଜ୍ୟରେ ଦେଖାଦେଇଛି ଟୀକା ଅଭାବ । ରାଜ୍ୟରେ ଆବଶ୍ୟକ ଅନୁଯାୟୀ କୋଭିସିଲ୍ଡ ଟୀକା ଉପଲବ୍ଧ ନାହିଁ ।ରାଜ୍ୟରେ ଟୀକା ନିଅଣ୍ଟ ହେବା ହେତୁ ଆଜି ରାଜ୍ୟରେ ୪ ଜିଲ୍ଲାରେ ଟୀକାକରଣ ବନ୍ଦ । ଟୀକାକରଣ ବନ୍ଦ ଥିବା ସେହି ୪ ଟି ଜିଲ୍ଲା ହେଉଛି ପୁରୀ, ଗଞ୍ଜାମ, ନବରଙ୍ଗପୁର ଏବଂ ସୁନ୍ଦରଗଡ । ଏହି ଜିଲ୍ଲାମାନଙ୍କରେ କେବଳ ୧୨ ଟି ଜିଲ୍ଲାରେ ଟୀକାକରଣ କରାଯାଉଛି ।
ରାଜ୍ୟରେ ଏବେ ସୁଦ୍ଧା ମାତ୍ର ୪୧ହଜାର ୨୯୦ ଡୋଜ୍ କୋଭିସିଲ୍ଡ ଟିକା ରହିଛି । ୩ଲକ୍ଷ ୫୪ହଜାର ୧୩୦ ଡୋଜ୍ କୋଭାକ୍ସିନ୍ ଟିକା ଅଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଆସନ୍ତା ୧୫ ତାରିଖରେ ମିଳିବ କୋଭିସିଲ୍ଡ ଟିକା ।