ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଆପଣାମନେ ଲକ ଡାଉନ ସମୟରେ ବହୁତ କଷ୍ଟ ସ୍ୱୀକାର କରିଛନ୍ତି । ଆଜି ଆଇନ ପ୍ରଣେତା ବାବା ସାହେବ ଆମ୍ବଦ କରଙ୍କ ଜନ୍ମ ଜୟନ୍ତୀରେ ଭାରତୀୟଙ୍କ ସଂକଳ୍ପ ସବୁଠୁ ଏକ ବଡ ଶ୍ରଦ୍ଧାଞ୍ଜଳୀ ବୋଲି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧନ କରି କହିଛନ୍ତି । ଦେଶବାସୀ ଯେଉଁଭଳି ଭାବେ ନିୟମକୁ ପାଳନ କରିଥିଲେ ତାହା କିଛି ମାତ୍ରାରେ ସଫଳ ହୋଇଛି । ଲୋକମାନେ ବହୁ କଷ୍ଟ କରି ଦେଶକୁ ବଞ୍ଚାଇଛନ୍ତି । ଏଥିପାଇଁ ଦେଶବାସୀଙ୍କ ପାଖରେ ମୁଁ କୃତଜ୍ଞ ବୋଲି କହିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେତେବେଳେ ଭାରତ ସହିତ ବରାବର ସ୍ଥିତିରେ ଅନ୍ୟ ବଡ ବଡ ରାଷ୍ଟ୍ର ରହିଥିଲେ ଆଜି ସେମାନଙ୍କ ତୁଳନାରେ ଭାରତର ସ୍ଥିତି ସାମାନ୍ୟ ରହିଛି । ଯଦି ଲକ ଡାଉନ କରା ଯାଇନଥାନ୍ତା ତେବେ ଆଜିର ଅବସ୍ଥା କଣ ହୋଇଥାନ୍ତା ତା ଅକଳ୍ପନୀୟ । ଦେଶରେ ଅର୍ଥନୀତି ଠାରୁ ଅଧିକ ମୂଲ୍ୟବାନ ପ୍ରତ୍ୟକ ଲୋକଙ୍କ ଜୀବନ । ଆସନ୍ତା ମେ ୩ ତାରିଖ ପର୍ଯ୍ୟନ୍ତ ଦେଶକୁ ପୁଣି ଲକ ଡାଉନ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ଆଗ ଅପେକ୍ଷା ଅଧିକ କଡାକଡି ଭାବେ ଲକ ଡାଉନକୁ ପାଳନ କରିବାକୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ କହିଛନ୍ତି ।