ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟସ୍ତରୀୟ ସେରୋ ସର୍ଭେ ଆଜିଠୁ ରାଜ୍ୟର ୧୨ ଟି ଜିଲ୍ଲାରେ ଆରମ୍ଭ ହୋଇଛି । ସେହି ୧୨ ଜିଲ୍ଲା ମଧ୍ୟରେ ରହିଛି ଖୋର୍ଦ୍ଧା, ପୁରୀ, ଯାଜପୁର, ବାଲେଶ୍ୱର, ମୟୂରଭଞ୍ଜ, ସମ୍ବଲପୁର, ଝାରସୁଗୁଡା, କେନ୍ଦୁଝର, ସୁନ୍ଦରଗଡ, କନ୍ଧମାଳ, ନବରଙ୍ଗପୁର ଏବଂ କଳାହାଣ୍ଡି । ଏହି ଜିଲ୍ଲା ଗୁଡିକରୁ ଲୋକଙ୍କ ନମୁନା ସଂଗ୍ରହ କରୁଛି ଆରଏମଆରସି ।
୧୨ ଜିଲ୍ଲାରୁ ଏହି ନମୁନା ସଂଗ୍ରହ ପକ୍ରିୟା ଆସନ୍ତା ସେପ୍ଟମ୍ବର ୧୫ ତାରିଖ ଯାଏଁ ଚାଲିବ । ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥାମାନ କରିଛି ଆରଏମଆରସି ।
କରୋନାର ଦ୍ୱିତୀୟ ଲହରରେ ଲୋକଙ୍କ ଶରୀରରେ ଆଣ୍ଟିବଡି ସୃଷ୍ଟି ହୋଇଥିବା ଜଣା ପଡିବା ପରେ ରାଜ୍ୟରେ ଆରମ୍ଭ ହୋଇଛି ସେରୋ ସର୍ଭେ ଅଭିଯାନ ।