ଭୁବନେଶ୍ୱର (ଏଟିଆର ବ୍ୟୁରୋ): କରୋନାକୁ ଦୃଷ୍ଟିରେ ରଖି ସୁପ୍ରମିକୋର୍ଟ ପକ୍ଷରୁ ବଡ ନିଷ୍ପତି ନିଆଯିବା ସହ କେନ୍ଦ୍ରକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି । ଏଣିକି ମାଗଣାରେ କରୋନା ପରୀକ୍ଷା ପାଇଁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏହାସହିତ ଘରୋଇ ଲ୍ୟାବ ଗୁଡିକରେ ଯେପରି ମାଗଣା ପରୀକ୍ଷା ହେବ ସେନେଇ ବ୍ୟବସ୍ଥା କରିବା ପାଇଁ କୋର୍ଟ ପକ୍ଷରୁ କୁହାଯାଇଛି ।
କରୋନାର ଲକ୍ ଡାଉନ୍ ଅବସରରେ ଲୋକଙ୍କର ଆର୍ଥିକ ସଙ୍କଟ ଉପୁଜିଛି । ଯେଉଁଥି ପାଇଁ ଘରୋଇ ଲ୍ୟାବ ମାନଙ୍କରେ ୪୫୦୦ ଟଙ୍କା ଦେଇ କରୋନା ଟେଷ୍ଟ କରିବା କିଛି ଲୋକଙ୍କ ପାଖେ ସମ୍ଭ ନୁହେଁ । ସେଥିପାଇଁ ଏହାକୁ ମାଗଣା ପରିବା ପାଇଁ ସୁପ୍ରିମକୋର୍ଟରେ ଏକ ପିଟିସନ୍ ଦାଖଲ କରାଯାଇଥିଲା ।
ସେହିଅନୁଯାୟୀ,ଆଜି ଭିଡିଓ କନଫରେନ୍ସିଂ ଜରିଆରେ ସୁପ୍ରିମକୋର୍ଟ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏଥିରେ କୁହାଯାଇଛି କି କରୋନା ପାଇଁ ମାଗଣାରେ ପରୀକ୍ଷା ହେବ ।