ରାଜକୋଟ (ଏଟିଆର ବ୍ୟୁରୋ) ;ଭାରତ ଓ ଇଣ୍ଡିଜ୍ ମଧ୍ୟରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ଭାରତ ଏକ ତରଫା ଭାବରେ ଜିତିନେଇଛି । ଭାରତ ପ୍ରଥମେ ବ୍ୟାଟିଂ କରି ୯ ୱିକେଟ ହରାଇ ୬୪୯ ରନରେ ପାଳି ଘୋଷଣା କରିଥିବା ବେଳେ ୱେଷ୍ଟ ଇଣ୍ଡିଜ୍ ୨୭୨ ରନରେ ପରାଜୟ ବରଣ କରିଛି । ଅଶ୍ୱିନଙ୍କ ୪ ୱିକେଟ ପାଇଁ ୱେଷ୍ଟ ଇଣ୍ଡିଜ୍ ପ୍ରଥମ ଇଂନସିରେ ମାତ୍ର ୧୮୧ ରନ୍ କରି ଫଲୋନ୍ ହୋଇଥିଲା । ସେହିଭଳି ସମାନ ଢ଼ଙ୍ଗରେ ଦ୍ୱିତୀୟ ପାଳିରେ ବାମ ହାତୀ ସ୍ପିନର କୁଲଦୀପ ଯାଦବଙ୍କ ୫ ୱିକେଟ ଇଣ୍ଡିଜକୁ ପରାଜୟ କରିବାକୁ ବାଧ୍ୟ କରିଥିଲା ।
ଭାରତ ପ୍ରଥମ ପାଳିରେ ପୃଥୀବି ସ, କୋହଲି ଏବଂ ଜାଡେଜାଙ୍କ ଶତକ ଏବଂ ପୁଜାର, ପଣ୍ଠଙ୍କ ଅର୍ଦ୍ଧଶତକ ବଳରେ ଦଳ ୬୪୯ ଏକ ବିଶାଳ ରନ୍ କରିବା ପାଇଁ ସକ୍ଷମ ହୋଇଥିଲା । ମାତ୍ର ଦେଢ଼ ଦିନରେ ପାଳି ଘୋଷଣା କରିଥିବା ଭାରତ ଆଗରେ ୱେଷ୍ଟଇଣ୍ଡିଜର ବ୍ୟାଟ୍ସମ୍ୟାନ ମାନେ ଆତ୍ମସମର୍ପଣ କରିବାକୁ ବାଧ୍ୟ ହେଇଛନ୍ତି । କାରଣ ଦଳ ପକ୍ଷରୁ ୨ଟି ପାଳିରୁ ମାତ୍ର ୨ଟି ଅର୍ଦ୍ଧଶତକ ଆସିଥିଲା । ଏହି ବିଜୟ ଟେଷ୍ଟଇତିହାସରେ ଭାରତ ପାଇଁ ଏକ ଐତିହାସିକ ବିଜୟ ।