ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଏଚ-୧ବି ଭିଜା ଉପରେ ନିକଟରେ ଦିଆଯାଇଥିବା ଶାସକୀୟ ଆଦେଶ ବିରୋଧରେ ୧୭୪ ଭାରତୀୟ ନାଗରିକଙ୍କ ଏକ ସମୂହ ମାମଲା ରୁଜୁ କରିଛନ୍ତି । ଏହି ଆଦେଶ ଅନୁଯାୟୀ ଭାରତୀୟଙ୍କୁ ଆମେରିକାରେ ପ୍ରବେଶ ଉପରେ ରୋକ ଲାଗିପାରେ ଅଥବା ସେମାନଙ୍କୁ ଭିଜା ଜାରି କରାଯିବ ନାହିଁ ।
ଡିଷ୍ଟ୍ରିକ୍ଟ ଅଫ୍ କଲୋମ୍ବିୟାରେ ଆମେରକି ଡିଷ୍ଟ୍ରିକ୍ଟ କୋର୍ଟର ନ୍ୟାୟଧୀଶ କେତନଜୀ ବ୍ରାଉନ ଜ୍ୟାକ୍ସନ, ବିଦେଶମନ୍ତ୍ରୀ ମାଇକ ପୋମ୍ପିୟୋ ଏବଂ ହୋମଲ୍ୟାଣ୍ଡ ସୁରକ୍ଷା ବିଭାଗର କାର୍ଯ୍ୟକାରୀ ମନ୍ତ୍ରୀ ଚାଡ ଏଫ୍ ବୋଲ୍ଫ ସହିତ ଶ୍ରମ ମନ୍ତ୍ରୀ ୟୁଜିନ ସ୍କଲିୟାଙ୍କୁ ସମ୍ମନ ଜାରି କରିଛନ୍ତି । ଏହି ମାମଲା ମଙ୍ଗଳବାର ଆମେରିକି ଡିଷ୍ଟ୍ରିକ୍ଟ କୋର୍ଟରେ ଦାଖଲ କରାଯାଇଛି ।
୧୭୪ ଭାରତୀୟଙ୍କ ପକ୍ଷରୁ ଦାଖଲ କରାଯାଇଥିବା ମାମଲାର ଓକିଲ କହିଛନ୍ତି କି, ଏଚ୧ବି/ଏଚ୪ ଭିଜା ଉପରେ ପ୍ରତିବନ୍ଧର ଶାସକୀୟ ଆଦେଶ ଆମେରିକାର ଅର୍ଥବ୍ୟବସ୍ଥାକୁ କ୍ଷତି ପହଁଚାଉଛି, ପରିବାରକୁ ଅଲଗା କରୁଛି । ଏହି ମାମଲାରେ ଏଚ୧ବି ବା ଏଚ୪ ଭିଜା ଜାରି କରିବା ଉପରେ କଟକଣା ବା ନୂତନ ଏଚ୧ବି ଭିଜା ଧାରକଙ୍କୁ ଦେଶରେ ପ୍ରବେଶ କରିବାରେ ରୋକୁଥିବ ଶାସକୀୟ ଆଦେଶକୁ ବେଆଇନ ଘୋଷିତ କରିବା ପାଇଁ ଦାବି କରାଯାଇଛି ।
କୋର୍ଟକୁ ଅନୁରୋଧ କରାଯାଇଛି କି ବିଦେଶ ବିଭାଗକୁ ଏଚ୧ବି ଏବଂ ଏଚ୪ ଭିଜା ପାଇଁ ଫଇସଲା କରିବାର ନିର୍ଦ୍ଦେଶ ଜାରି କରାଯାଉ । ସବୁଠାରୁ ବଡ କଥା ହେଲା ଡୋନାଲ୍ଡ ଟ୍ରମ୍ପ ଜୁନ୍ ୨୨ ରେ ଶାସକୀୟ ଆଦେଶ ଜାରି କରି ଚଳିତବର୍ଷର ଶେଷ ପର୍ଯ୍ୟନ୍ତ ଏଚ୧ବି କାର୍ଯ୍ୟ ଭିଜା ଜାରି କରିବା ଉପରେ ଅସ୍ଥାୟୀ ରୋକ ଲଗାଇ ଦେଇଛନ୍ତି ।