ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଜଳବାୟୁ ପରିବର୍ତ୍ତନ ଉପରେ ଲଗାମ ଲଗାଇବାର ଉଚିତ୍ ପ୍ରୟାସ କରାନଗଲେ ୨୦୫୦ ସୁଧା ସାରା ଦୁନିଆର ୩୦ କୋଟି ଲୋକ ସମୁଦ୍ର ଜଳରେ ଭାସିଯିବେ । ଭାରତ, ଚୀନ, ଜାପାନ ଏବଂ ବାଂଲାଦେଶ ଜଳବାୟୁରୁ ବଢୁଥିବା ସମୁଦ୍ର ସ୍ଥର ଯୋଗୁଁ ଏବେ ଚାରିଆଡେ ଅସୁରକ୍ଷିତ । ଏସିଆନ ସମ୍ମିଳନୀରେ ସାମିଲ ହେବାକୁ ବ୍ୟାଙ୍ଗକଙ୍କରେ ପହଁଚିଥିବା ସଂଯୁକ୍ତ ରାଷ୍ଟ୍ର ପ୍ରମୁଖ ଏଣ୍ଟୋନିୟୋ ଗୁଟେରସ ଏକ ରିପୋର୍ଟ ଜରିଆରେ ଏହି ସୂଚନା ଦେଇଛନ୍ତି ।
ଗୁଟେରସ କହିଛନ୍ତି, ଜଳବାୟୁ ପରିବର୍ତ୍ତନ ଆଜି ଦୁନିଆ ପାଇଁ ବଡ ବିପଦ ହୋଇଗଲାଣି । ଏଥିପାଇଁ ମହାସାଗରରେ ବଢୁଥିବା ସ୍ତର ଗମ୍ଭୀର ଚିନ୍ତାର ବିଷୟ । ଜର୍ନଲ ନେଚର କମ୍ୟୁନିକେଶଂସ ରେ ପ୍ରକାଶିତ ଏନଜିଓ କ୍ଲାଇମେଟ ସେଣ୍ଟ୍ରାଲର ରିପୋର୍ଟ ମୁତାବକ ସେ କହିଛନ୍ତି , ମହାସାଗରର ସ୍ତର ଅନୁମାନ ଠାରୁ ଅଧିକ ଦୃତ ଗତିରେ ବଢୁଛି । ଯଦି ସମସ୍ତ ଦେଶ ସମୟାନୁଯାୟୀ ଜଳବାୟୁ ପରିବର୍ତ୍ତନ ରୋକିବା ପାଇଁ ପଦକ୍ଷେପ ନେବାରେ ବିଳମ୍ବ କରିବେ , ତେବେ ଏହାର ପରିଣାମ ବହୁତ ଭୟାନକ ହେବ ।
ସେ ଆହୁରୀ ମଧ୍ୟ କହିଛନ୍ତି, ଯଦି ଏଭଳି ପରିସ୍ଥିତି ରହିବ ତେବେ ସାରା ଦୁନିଆରେ ୨୦୫୦ ସୁଧା ୩୦ କୋଟି ଲୋକ ସମୁଦ୍ରରେ ଭାସି ଯିବେ । ଏଥିରେ ସବୁଠାରୁ ଅଧିକ ବିପଦ ଦକ୍ଷୀଣ ଏସିଆ ଦେଶ ପାଇଁ ରହିଛି । ଯେଉଁଥିରେ ଭାରତ ସମେତ ଚୀନ, ଜାପାନ ଏବଂ ବାଂଲାଦେଶ ସବୁଠାରୁ ଅସୁରକ୍ଷିତ । ରିପୋର୍ଟର ଅଙ୍କରେ କିଛି ଏପଟ ସେପଟ ହୋଇପାରେ , କିନ୍ତୁ ଏହି କଥାକୁ ଟାଳି ହେବ ନାହିଁ କି ଜଳବାୟୁ ବିପଦ ସବୁଠାରୁ ବଡ ବିପଦ ।