ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଗତ ଶନିବାର ଦିନ ଆମେରିକା ସେନା ଆତଙ୍କବାଦୀ ସଂଗଠନ ଆଇଏସଆଇଏସ ମୁଖ୍ୟ ଅବୁ ବକର ଅଲ ବଗଦାଦିକୁ ମାରି ଦେଇଛି । ପ୍ରଥମେ ଆମେରିକା ସେନା ଅବୁ ବକର ରହୁଥିବା ସ୍ଥାନକୁ ଚିହ୍ନଟ କରିଥିଲା । ପରେ କୌଶଳ କରି ଆମେରିକା ସେନା ସେ ରହୁଥିବା କୋଠାରୀକୁ ଚାରିପଟରୁ ବନ୍ଦୀ କରିଥିଲା । ଏହି ସମୟରେ ତାକୁ ସେନାର ଗୋଟିଏ କୁକୁର ଗୋଡ଼ାଇ ଥିଲା। କୁକୁରକୁ ଦେଖିବା ପରେ ସେ କାନ୍ଦି କାନ୍ଦି ଦୌଡ଼ି ଥିଲା। ଶେଷରେ କୁକୁର ଭୟରେ ସେ ନିଜକୁ ବିସ୍ଫୋରଣ କରି ଉଡ଼ାଇ ଦେଇଥିଲା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଟ୍ୱିଟରରେ
ସେହି ମିଲିଟାରୀ କୁକୁରର ଫଟୋ ପୋଷ୍ଟ କରିଛନ୍ତି ।
We have declassified a picture of the wonderful dog (name not declassified) that did such a GREAT JOB in capturing and killing the Leader of ISIS, Abu Bakr al-Baghdadi! pic.twitter.com/PDMx9nZWvw
— Donald J. Trump (@realDonaldTrump) October 28, 2019
ସେ କୁକୁରର ନାମ ଲେଖି ନଥିଲେ ମଧ୍ୟ କୁକୁରଟି ଅବୁ ବକରକୁ ମାରିବାରେ ବହୁତ ସହଯୋଗ କରିଛି ବୋଲି ସେ ଉଲ୍ଲେଖ କରିଛନ୍ତି । ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ସିରିଆରେ ଏକ ଅନ୍ଧାର ବଙ୍କରରେ ଅବୁ ବକର ଲୁଚି ରହିଥିଲା । ଯାହାର ପିଛା କରୁ କରୁ ଆମେରିକା ସେନାର ଆଉ ଗୋଟିଏ କୁକୁର ଗୁରୁତର ଆହତ ହୋଇଛି ।
ସୂଚନାଯୋଗ୍ୟ ଗତ ଶନିବାର ଅବୁ ବଙ୍କର ଭିତରେ ଲୁଚି ରହିଥିବା ବେଳେ ସେଠାରେ ଆମେରିକା ସେନା ପହଞ୍ଚିବା ପରେ ଅବୁ ବକର ନିଜେ ଏକ ବମରେ ନିଜକୁ ଉଡାଇ ଦେଇଥିଲା । ସେ ସେଠାର ନିଜ ପରିବାରର ସଦସ୍ୟଙ୍କ ସହିତ ରହୁଥିଲେ । ଟ୍ରମ୍ପଙ୍କ ସୂଚନା ଅନୁସାରେ ଅବୁ ନିଜର ଏକ ଜ୍ୟାକେଟରେ ଥିବା ବମ ମାଧ୍ୟମରେ ତିନି ଜଣ ଛୋଟ ପିଲାଙ୍କ ସହିତ ସେ ମରିଛି । ଅନ୍ୟପଟେ ଏହି ଅପରେସନରେ କୌଣସି ଆମେରିକୀୟ ସୈନ୍ୟ ନିହତ ହୋଇ ନଥିବା ଟ୍ରମ୍ପ କହିଛନ୍ତି ।