ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା କାଳରେ ଭାରତରେ ସ୍ୱାଧୀନତା ଦିବସର ପ୍ରସ୍ତୁତି ଜୋରସୋରରେ ଚାଲିଛି । ଏଥର କେବଳ ଭାରତରେ ନୁହେଁ ବରଂ ଆମେରିକାରେ ବି ସ୍ୱାଧୀନତା ଦିବସକୁ ଧୁମ ଧୁମାରେ ପାଳନ କରାଯିବା ଲାଗି ପ୍ରସ୍ତୁତି ଚାଲିଛି । ଆଜ୍ଞା ହଁ ଇତିହାସରେ ଏଭଳି ପ୍ରଥମ ଥର ହେବାକୁ ଯାଉଛି କି, ୧୫ ଅଗଷ୍ଟ ୨୦୨୦ କୁ ଆମେରିକା ର ଟାଇମ୍ସ ସ୍କୋୟାର ରେ ଭାରତୀୟ ତିରଙ୍ଗା ଉଡାଇ ସ୍ୱାଧୀନତା ଦିବସ ପାଳନ କରାଯିବ । ମିଳିଥିବା ସୂଚନା ମୁତାବକ,ନ୍ୟୁୟର୍କ, ନ୍ୟୁଜର୍ସି ଏବଂ କନେକ୍ଟିକଟ ର ଫେଡରେଶନ ଅଫ୍ ଇଣ୍ଡିଆ ଏସୋସିଏସନ୍ ଟାଇମ୍ସ ସ୍କୋୟାର ରେ ତିରଙ୍ଗା ଉଡାଇ ଭାରତ ସ୍ୱାଧୀନତାର ଉତ୍ସବ ପାଳିବ । ଏବେ ଏହି ଖବର ସାରା ବିଶ୍ୱରେ ଭାରତୀୟଙ୍କୁ ଗର୍ବ ଅନୁଭବ କରାଇଛି ।
ସୂଚନାନୁଯାୟୀ ଏହାପୂର୍ବରୁ ଅଗଷ୍ଟ ୫ରେ ରାମ ଜନ୍ମଭୂମି ପୂଜନ ସମୟରେ ବି ଟାଇମ୍ସ ସ୍କୋୟାର ରେ ଭଗବାନ ରାମ ଏବଂ ଭବ୍ୟମନ୍ଦିରକୁ ଏକ ବଡ ସ୍କ୍ରିନ୍ ରେ ଦର୍ଶା ଯାଇଥିଲା । ସେହି ଅବସରରେ ସେଠାରେ ଥିବା ଭାରତୀୟ ମାନେ ବି ଜୟ ଶ୍ରୀରାମର ନାରା ଲଗାଇଥିଲେ ।
ଇତିହାସରେ ଏଭଳି ପ୍ରଥମ ଥର ହେବାକୁ ଯାଉଛି କି ଭାରତର ରାଷ୍ଟ୍ରୀୟ ପତାକାକୁ ଆମେରିକାର ସବୁଠାରୁ ଗୌରବଶାଳୀ ସ୍ଥାନରେ ଉଡାଯିବ । ଏହା ପୂର୍ବରୁ ଏହି ମଉକା କୌଣସି ଅନ୍ୟ ଦେଶକୁ ବି ମିଳି ନାହିଁ । ଏହି ବିଶେଷ କାର୍ଯ୍ୟକ୍ରମରେ ଭାରତର କାଉଁସିଲ ଜେନେରାଲ ରଣଧୀର ଜୟସବାଲ ମୁଖ୍ୟ ଅଥିତି ଭାବେ ସାମିଲ ହେବେ ।
ଏହାବ୍ୟୃତିତ ଆମେରିକାର ମ୍ୟାନହଟ୍ଟନରେ ବି ଭାରତୀୟ ସ୍ୱାଧୀନତା ଦିବସ ପାଳନ କରିବା ଲାଗି ପ୍ରସ୍ତୁତି ଚାଲିଛି । ପ୍ରକୃତରେ ଆମେରିକାରେ ବହୁଳ ମାତ୍ରାରେ ଭାରତୀୟ ରହୁଥିବାରୁ ଏହି ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି ।