ହ୍ୱାଇଟହାଉସ (ଆମେରିକା ) ଏଟିଆର ବ୍ୟୁରୋ ; ଆଲୋକର ପର୍ବ ଦୀପାବଳି ବୋଲି ସମସ୍ତଙ୍କୁ ଜଣା । ଏହା ଭାରତ ତଥା ହିନ୍ଦୁ ମାନଙ୍କ ପ୍ରମୁଖ ପର୍ବମାନଙ୍କ ମଧ୍ୟରୁ ଅନ୍ୟତମ ଲୋକପ୍ରିୟ ପର୍ବ ରୂପେ ଜଣାଯାଏ । ତେବେ ଏହା ବୌଦ୍ଧ , ଜୈନ , ଶିଖ ଧର୍ମାବଲମ୍ବୀ ଲୋକମାନଙ୍କ ପର୍ବ ବୋଲି କେହି କେବେ କହିଥିବାର କି କୌଣସି ପୁସ୍ତକରେ ପ୍ରକାଶ ଥିବାର ଦେଖାଯାଇନାହିଁ । କିନ୍ତୁ ବିଶ୍ୱର ଜଣେ ପ୍ରଭାବଶାଳୀ ବ୍ୟକ୍ତି ଦୀପାବଳି ଉପରେ କିଛି ଏଭଳି ଓ ଭୁଲ ସୂଚନା ଦେଇ ଏବେ ହଟହଟା ହୋଇଛନ୍ତି । ଯାହାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ।
ଦୀପାବଳୀକୁ ହିନ୍ଦୁଙ୍କ ପର୍ବ ନ କହି ଅଡୁଆରେ ପଡିଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆମେରିକାର ହ୍ୱାଇଟହାଉସରେ ଆୟୋଜିତ ଏକ ଦୀପାବଳି ଉତ୍ସବରେ ସେ ଯୋଗ ଦେଇ ଦୀପାବଳି ଉତ୍ସବ ମନାଇଛନ୍ତି । ଏହି ଅବସରରେ ଖୋଦ ଡୋନାଲ୍ଡ ଟ୍ରମ୍ପ ଏକାଧିକ ଦୀପ ଜାଳି ଦୀପାବଳିର ଅଭିନନ୍ଦନ ଦେଇଛନ୍ତି । କିନ୍ତୁ ସେ ନିଜ ଟ୍ୱିଟରରେ ଦୀପାବଳି ଉପରେ କିଛି ଭୁଲ ସୂଚନା ପ୍ରଦାନ କରିଛନ୍ତି ଯାହା ଭାରତୀୟ ମାନଙ୍କୁ ପସନ୍ଦ ଆସିନାହିଁ ।
Today, we gathered for Diwali, a holiday observed by Buddhists, Sikhs, and Jains throughout the United States & around the world. Hundreds of millions of people have gathered with family & friends to light the Diya and to mark the beginning of a New Year. https://t.co/epHogpTY1A pic.twitter.com/9LUwnhngWJ
— Donald J. Trump (@realDonaldTrump) November 13, 2018
ସେ ନିଜ ଟ୍ୱିଟରରେ ଲେଖିଛନ୍ତି କି , ଦୀପାବଳି ଏକ ଛୁଟିଦିନ , ଏହା ଏମେରିକା ସମେତ ସାରା ବିଶ୍ୱରେ ଥିବା ବୌଦ୍ଧ , ଜୈନ , ଶିଖ ଧର୍ମର ଲୋକମାନେ ପାଳନ କରିଥାନ୍ତି । ଶହ ଶହ ଲୋକେ ନିଜ ପରିବାର ସହ ନୂତନ ବର୍ଷ ପାଳନ କରିବା ପାଇଁ ଏକାଠି ହୋଇଥିବା ସେ ଲେଖିଛନ୍ତି । ଖାଲି ସେତିକି ନୁହେଁ ସେ ନୂତନ ବର୍ଷର ଅଭିନନ୍ଦନ ମଧ୍ୟ ଦେଇଛନ୍ତି । କିନ୍ତୁ ସେ ନିଜ ଟ୍ୱିଟର କୌଣସି ବି ସ୍ଥାନରେ ଦୀପାବଳୀ ହିନ୍ଦୁ ମାନଙ୍କର ପର୍ବ ଅବା ଭାରତୀୟ ମାନଙ୍କ ପର୍ବ ବୋଲି ଉଲ୍ଲେଖ କରିନାହାନ୍ତି । ଯାହାକୁ ନେଇ ତାଙ୍କୁ ଟ୍ୱିଟରରେ ସମାଲୋଚନାର ଶିକାର ହେବାକୁ ପଡିଛି । ସେ ଏହି ଅବସରର ଦୀପ ଜାଳୁଥିବାର କିଛି ଫଟୋ ନିଜ ଟ୍ୱିଟରରେ ପୋଷ୍ଟ କରିଛନ୍ତି । ଯେଉଁଥିରେ ଡୋନାଲ୍ଟ ଟ୍ରମ୍ପଙ୍କ ସହ ଭାରତୀୟ ରାଷ୍ଟ୍ରଦୂତ ନଭତେଜ ସରନାଙ୍କୁ ମଧ୍ୟ ଦେଖାଯାଇଛି ।
ସେପଟେ ଟ୍ୱିଟରରେ ଟ୍ରୋଲ ହେବା ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଏକ ଟ୍ୱିଟ କରି ନିଜ ଭୂଲ ସୁଧାରିଛନ୍ତି । ସେ ଲେଖିଛନ୍ତି , ହ୍ୱାଇଟହାଉସରେ ଆୟୋଜିତ ଦୀପାବଳି ଉତ୍ସବରେ ଯୋଗଦେଇ ସେ ସମ୍ମାନିତ ଅନୁଭବ କରୁଛି , ସେ ଦୀପାବଳୀକୁ ହିନ୍ଦୁ ମାନଙ୍କ ପର୍ବ ବୋଲି ମଧ୍ୟ ସମ୍ଭୋଧନ କରି ନିଜ ବିବୃତିର ଏକ ଭିଡିଓ ସେୟାର କରିଛନ୍ତି ।
It was my great honor to host a celebration of Diwali, the Hindu Festival of Lights, in the Roosevelt Room at the @WhiteHouse this afternoon. Very, very special people! https://t.co/kQk7IvpSFo pic.twitter.com/tYlBABg4JF
— Donald J. Trump (@realDonaldTrump) November 13, 2018
ଅନ୍ୟପଟେ ରାଷ୍ଟ୍ରପତିଙ୍କ ଏପରି ଦାୟୀତ୍ୱହୀନ ଟ୍ୱିଟ ଉପରେ ସାରା ବିଶ୍ୱର କୋଣ ଅଣୁକୋଣରେ ଥିବା ଲୋକମାନେ କିଛି ମଜାଳିଆ ମନ୍ତବ୍ୟ ରଖି ଟ୍ରମ୍ପଙ୍କୁ ପରିହାସ କରିଛନ୍ତି ।
This is terrible. It's unconscionable @realDonaldTrump did not know Diwali was a Hindu holiday. So embarrassing. https://t.co/Ggx9OWcuVO
— Annie Gowen (@anniegowen) November 14, 2018
Lol @realDonaldTrump sent a Diwali tweet missing out Hindus, got called out, deleted it, then reposted a new Diwali tweet — which also missed out Hindus… https://t.co/vUi2V6evLs
— Ashitha Nagesh (@ashnagesh) November 13, 2018
It’s a Hindu festival, you moron. At this rate you’ll be wishing jews a happy Eid and Muslims on Christmas.
— Ram (@ramprasad_c) November 14, 2018