ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ଚୀନରେ କରୋନା ଭାଇରସ ନିଜର କାୟା ମେଲାଇବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ୩୬୧ଜଣ ଏହି ଭାଇରସ ଆକ୍ରାନ୍ତରେ ମୃତ୍ୟୁବରଣ କରିସାରିଲେଣି ।ପ୍ରତିଦିନ କରୋନା ନିଜ କବଳରେ ହଜାର ହଜାର ଲୋକଙ୍କୁ ଗ୍ରାସ କରିବାରେ ଲାଗିଛି ।
ସାରା ବିଶ୍ୱରେ ଏହି ମାରାତ୍ମକ କରୋନା ଭାଇରସ ପାଇଁ ଗ୍ଳୋବାଲ ଏମର୍ଜେନ୍ସି ଜାରି କରାଯାଇଛି । ସଂକ୍ରମଣ ଭୟରେ କେତେକ ଦେଶରେ ଚୀନ ବାସୀଙ୍କୁ ସେଠାକୁ ଯିବା ପାଇଁ ଅନୁମତି ମଧ୍ୟ ମିଳୁନାହିଁ ।
ଚୀନର ଅର୍ଥନୀତି ଏହି ଭାଇରସ ପାଇଁ ଏକ ପ୍ରକାର ଠପ ହୋଇଯାଇଛି । ବିଭିନ୍ନ ବ୍ୟବସାୟୀ ମାନେ ଅସ୍ଥାଇ କାଳ ପାଇଁ ଚୀନ ସହିତ କାରବାର ବନ୍ଦ କରିଦେଇଛନ୍ତି । ବିଶ୍ୱର ସବୁଠାରୁ ବଡ ଓ ଦାମୀ ମୋବାଇଲ ଫୋନ କମ୍ପାନୀ ‘ଆପେଲ i-phone’ ମଧ୍ୟ ଚୀନରେ ଏହାର ସମସ୍ତ ଷ୍ଟୋର ଗୁଡିକୁ ଅସ୍ଥାଇ ରୂପରେ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି ।
‘ଆପେଲ i-phone’ ର ସମସ୍ତ ଷ୍ଟୋର ସହିତ କରପୋରେଟ କାର୍ଯ୍ୟାଳୟ ଓ ସମ୍ପର୍କ କେନ୍ଦ୍ର ମଧ୍ୟ ବନ୍ଦ ରଖିବାକୁ ଆପେଲ ସିଇଓ ଟିମ୍ କୁକ୍ ନିର୍ଦ୍ଦେଶ ଦେଇଛନ୍ତି ।