ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଆମେରିକା ଆୟୋଗ ଭାରତର ନାଗରିକତା ଆଇନକୁ ନେଇ ଏକ ବଡ ଟିପ୍ପଣି ଦେଇଛି । ଆମେରିକା ଆୟୋଗ ସିଏଏକୁ ମୁସଲମାନ ବିରୋଧି ଦର୍ଶାଇ ଏହା ଦ୍ୱାରା ଭାରତରେ ମୁସଲମାନ ମାନଙ୍କ ପ୍ରତି ପକ୍ଷପାତିତା କରାଯାଉଛି ବୋଲି କହିଛି ।
ଆମେରିକା ଆୟୋଗ ଆହୁରି ମଧ୍ୟ ଭାରତରେ ଧାର୍ମିକ ସ୍ୱତନ୍ତ୍ରତା ଦ୍ୱାରା ମୁସଲମାନ ମାନଙ୍କ ପାଇଁ ଭେଦଭାବ କରାଯାଉଛି ବୋଲି କହିଛି । ଆମେରିକା ଆୟୋଗର ଏଭଳି ଶକ୍ତ ଟିପ୍ପଣି ବର୍ତ୍ତମାନ ସଂୟୁକ୍ତ ରାଷ୍ଟ୍ରରେ ଭାରତ ପାଇଁ ସମସ୍ୟା ବଢାଇପାରେ ।
ଆମେରିକା ଆୟୋଗ ସିଏଏ ଦ୍ୱାରା ଭାରତୀୟ ମୁସଲମାନଙ୍କ ଉପରେ ଚିନ୍ତା ପ୍ରକାଶ କରି ନାଗରିକତା ଆଇନ ଉପରେ ‘ଫ୍ୟାକ୍ଟସିଟ’ ରିପୋର୍ଟ ଜାରି କରିଛନ୍ତି । ଏହି ରିପୋର୍ଟରେ ସିଏଏକୁ କେବଳ ବିଜେପିର ଦୃଢ ରାଜନୀତି ବୋଲି କୁହାଯାଇଛି । ଏଥି ସହିତ ଏହି ରିପୋର୍ଟରେ ବିଜେପି ନେତା ମାନଙ୍କର ବିବାଦିୟ ବୟାନ ଉପରେ ମଧ୍ୟ ଉଲ୍ଲେଖ କରାଯାଇଛି ।