ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେ କରୋନା ଆକ୍ରାନ୍ତ ହୋଇଥିଲେ । ତାଙ୍କୁ ୱାଲ୍ଟର ରିଡ ହସ୍ପିଟାଲକୁ ନିଆଯାଇଛି, ସେଠାରେ ତାଙ୍କର ଚିକିତ୍ସା କରାଯିବ । ସେହିପରି ଟ୍ରମ୍ପଙ୍କ ପତ୍ନୀ ମଧ୍ୟ କରୋନା ସଂକ୍ରମିତ ହୋଇଥିବା ସୂଚନା ରହିଛି ।
ଟ୍ରମ୍ପ ଟ୍ୱିଟ କରି କହିଛନ୍ତି କି, ଏହି ସମର୍ଥନ ପାଇଁ ସମସ୍ତଙ୍କୁ ମୁଁ ଧନ୍ୟବାଦ ଜଣାଉଛି । ମୁଁ ୱାଲ୍ଟର ରିଡ ହସ୍ପିଟାଲ ଯାଉଛି । ମୋତେ ଲାଗୁଛି ମୁଁ ଠିକ୍ ଅଛି କିନ୍ତୁ ଆମେ ଚାହୁଁଛୁ ସବୁକିଛି ସଠିକ୍ ଭାବେ ହେଉ । ଫାଷ୍ଟ ଲେଡି ବି ଠିକ୍ ଅଛନ୍ତି । ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି , ମୁଁ ଏହାକୁ କଦାପି ଭୁଲିବି ନାହିଁ ।
ଏହାପୂର୍ବରୁ ଶୁକ୍ରବାର ଟ୍ରମ୍ପ ନଜେ କରୋନା ସଂକ୍ରମିତ ହୋଇଥିବା ନେଇ ସୂଚନା ଦେଇଥିଲେ ।