ଭୁବନେଶ୍ୱର (ଏଟିଆର ବ୍ୟୁରୋ): ବନ୍ଧୁ ପାଇଁ ଦିନଟିଏ । ବନ୍ଧୁତ୍ୱ ହେଉଛି ଏକ ନିଆରା ସମ୍ପର୍କ । ଯାହା ନିଶ୍ୱାର୍ଥପର ଭାବେ ଗଢା ଯାଇଥାଏ । ପ୍ରତି ଦୁଃଖ ସୁଖର ସାଥୀ ହୋଇଥାଏ ବନ୍ଧୁ । ନା ଥାଏ ବାଛବିଚାର ନାଥାଏ ବୟସର କଟକଣା । ରକ୍ତ ସମ୍ପର୍କ ନ ହୋଇବି ସବୁ ସମ୍ପର୍କର ଉର୍ଦ୍ଧରେ ରହିଥାଏ ବନ୍ଧୁ । ଆଜି ସେହି ବନ୍ଧୁତ୍ୱ ଦିବସ ପାଳନ କରୁଛି ସାରା ବିଶ୍ୱ । ଇଂରାଜୀରେ କହିଲେ ଏହାକୁ ଫେଣ୍ଡସିପ୍ ଡେ ବୋଲି କୁହାଯାଇଥାଏ । ବିଶେଷ କରି ଯୁବପିଢୀମାନଙ୍କ ପାଇଁ ବହୁତ ଖାସ୍ ହୋଇଥାଏ ଏହି ଦିନଟି । କିଏ କାହା ହାତରେ ଫ୍ରେଣ୍ଡସିପ୍ ବ୍ୟାଣ୍ଡ୍ ଟିଏ ବାନ୍ଧିଥାଏ ତ ପୁଣି କିଏ ଉପହାର ଟିଏ ଦେଇଥାଏ । ଏହାସହିତ ପରସ୍ପରକୁ ଆଲିଙ୍ଗନ କରି ସ୍ନେହ, ଶ୍ରଦ୍ଧା ଓ ସହଯୋଗକୁ ବଢାଇଥାନ୍ତି । ସେହିପରି ଏହିଦିନରେ ସାଙ୍ଗସାଥୀ ମାନେ ଏକାଠି ହୋଇ ଖୁବ୍ ମଜା ମସ୍ତି କରି ଆନନ୍ଦ ଉଲ୍ଲାସର ସହ ଦିନଟିକୁ ପାଳନ କରିଥାଏ ।
ପ୍ରତ୍ୟେକ ବର୍ଷ ଅଗଷ୍ଟ ମାସର ପ୍ରଥମ ରବିବାର ଦିନ ଏହି ଦିବସ ପାଳନ କରାଯାଇଥାଏ । ସେହିପରି ଚଳିତ ବର୍ଷ ଅଗଷ୍ଟ ୨ ରେ ମାନେ ଆଜି ଏହି ଦିବସ ପାଳନ କରାଯାଉଛି । କିନ୍ତୁ ଚଳିତ ବର୍ଷ କରୋନା କଟକଣା ପାଇଁ ଫିକା ପଡିଛି ବନ୍ଧୁତ୍ୱ ଦିବସ । ଯାହାଫଳରେ ନା କେହି କାହାରି ପାଖକୁ ଯାଇ ପାରୁଛନ୍ତି ନା ଧୁମ୍ ଧାମର ସହ ଏକାଠି ହୋଇ ଏହି ଦିବସକୁ ପାଳି ପାରୁଛନ୍ତି । ସେଥିପାଇଁ ଏବେ ସମସ୍ତଙ୍କ ପାଇଁ ସାହାରା ପାଲଟିଛି ଅନଲାଇନ୍ । ସାଙ୍ଗସାଥୀ ମାନେ ହ୍ୱାଟ୍ସସପ୍, ଫେସବୁକ୍ ଆଦିରେ ମେସେଜ୍ ପଠାଇ ଶୁଭେଚ୍ଛା ଜଣାଉଛନ୍ତି ।