ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଚାଲିଛି ଆଇସିସି ମହିଳା ଟି-୨୦ ବିଶ୍ୱକପ ୨୦୨୦ । ତେବେ ଆରମ୍ଭ ମ୍ୟାଚରେ ପୂର୍ବ ବର୍ଷ ବିଶ୍ୱ ବିଜେତା ଅଷ୍ଟ୍ରେଲିଆକୁ ଭାରତ ହରାଇଥିଲା । ଏହା ପରେ ବାଂଗଲାଦେଶ, ନ୍ୟୁଜିଲାଣ୍ଡକୁ ହରାଇଥିଲା ଭାରତ । ତେବେ ଆଜି ଜଙ୍କସନ ଓଭାଲ ଷ୍ଟାଡିୟମରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳା ଯାଇଥିବା ମ୍ୟାଚକୁ ଭାରତ ଜିତି ଯାଇଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁବାକୁ ନିଷ୍ପତି ନେଇଥିଲା ଶ୍ରୀଲଙ୍କା ଦଳ । ନିର୍ଦ୍ଧାରିତ ଓଭରରେ ଶ୍ରୀଲଙ୍କା ଦଳ ୧୧୩ ରନ କରି ୯ଟି ୱିକେଟ ହରାଇଥିଲା । ତେବେ ଭାରତ ଏହି ମ୍ୟାଚକୁ ୧୪.୪ ଓଭରରେ ଖେଳି ୭ଟି ୱିକେଟ ବ୍ୟବଧାନରେ ଜିତି ଯାଇଛି ।
ଶ୍ରୀଲଙ୍କା ଦଳ ପକ୍ଷରୁ ଚାମରି ଆଟପଟୁ ସର୍ବାଧିକ ୩୩ ରନ କରିଥିଲେ । ସେହିଭଳି କାଭିସ ଦିଲହାରି ୨୫ ରନ କରି ଅପରାଜିତ ରହିଥିଲେ । ଅନ୍ୟପଟେ ଭାରତୀୟ ଦଳ ପକ୍ଷରୁ ଶେଫାଲି ବର୍ମା ସର୍ବାଧିକ ୪୭ ରନ କରିଥିବା ବେଳେ ଦ୍ୱିପ୍ତୀ ଶର୍ମା ୧୫ ରନ କରି ଅପରାଜି ରହିଥିଲେ । ସେହିଭଳି ଭାରତୀୟ ଦଳ ପକ୍ଷରୁ ରାଧା ୟାଦବ ୪ଟି ୱିକେଟ ନେଇ ମ୍ୟାଚର ଶ୍ରେଷ୍ଠ ଖେଳାଳି ଭାବେ ବିବେଚିତ ହୋଇଛନ୍ତି । ସେହିପରି ରାଜେଶ୍ୱର ଗାଇକେଣ୍ଡେ ୨ଟି ୱିକେଟ ଓ ଦ୍ୱିପ୍ତୀ ଶର୍ମା ୧ଟି ୱିକେଟ ନେଇଛନ୍ତି । ଏହା ହେଉଛି ଚିଳିତ ବର୍ଷ ଆଇସିସି ମହିଳା ଟି-୨୦ ବିଶ୍ୱକପରେ ଭାରତର ଲଗାତାର ଚତୁର୍ଥ ବିଜୟ ।