ଇଣ୍ଡୋନେସିୟା (ଏଟିଆର ବ୍ୟୁରୋ): ଇଣ୍ଡୋନେସିୟାରେ ତାଣ୍ଡବ ରଚିଛି ପ୍ରଳୟଙ୍କାରୀ ସୁନାମୀ । ଏଥିରେ ସୁଂଦା ଖାଡିରେ ୨୮୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକ ହଜାରରୁ ଅଧିକ ଆହତ ହୋଇଛନ୍ତି । କ୍ରେକାଟୋଆରେ ଜ୍ୱାଳାମୁଖୀ ଫାଟିବା ପରେ ହିଁ ଏହି ବିପର୍ଯ୍ୟୟ ମାଡି ଆସିଥିଲା । ଏଥିରେ ଅନେକ ଲୋକ ନିଖୋଜ ଥିବା ସୂଚନା ମିଳିଛି ।
ଖବରମୁତାବକ, ଗତ ଶନିବାର ରାତି ପ୍ରାୟ ୯.୩୦ ସମୟରେ ଏହି ବିପଦ ମାଡି ଆସିଥିଲା । କ୍ରୋକାଟୋଆରେ ଜ୍ୱାଳାମୁଖୀ ଫାଟିବା ଦ୍ୱାରା ସମୁଦ୍ର ଲହରୀ ବିକଟାଳ ରୂପ ନେଇଥିଲା । ଯାହା ଦକ୍ଷିଣ ସୁମାତ୍ରା ଏବଂ ପଶ୍ଚିମ ଜାଭା ଆଡକୁ ବଢିଥିଲା । ଏହି ସମୟରେ ସମୁଦ୍ର ଲହରୀ ସ୍ଥାନୀୟ ରିହାଇଶି ଅଞ୍ଚଳରେ ତାଣ୍ଡବ ରଚିବା ସହ ଅନେକ ଲୋକଙ୍କ ଘର ଛାର୍ କାର୍ କରି ଦେଇଛି ।
ପ୍ରଳୟଙ୍କାରୀ ସୁନାମୀ ପରେ ସ୍ଥାନୀୟ ଏଜେନ୍ସି ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆହତଙ୍କୁ ଚିକିତ୍ସା କରିବା ଲାଗି ହସ୍ପିଟାଲକୁ ପଠାଯାଇଛି ।