ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ସାରା ଦେଶରେ ଏବେ କରୋନା ସଂକଅମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢୁଛି । ଦେଶରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୬ ଲକ୍ଷ ଅତିକ୍ରମ ସାରିଲାଣି । ଯାହା ଏବେ କେନ୍ଦ୍ର ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ତେବେ ଏହି ନିକଟରେ କେନ୍ଦ୍ର ସରକାର ଅନଲକ ୪ ଜାରି କରିଛନ୍ତି । ଯେଉଁଥିରେ ଅନେକ କ୍ଷେତ୍ରରେ ପ୍ରତିବନ୍ଧକ କିଛିଟା ମାତ୍ରାରେ କୋହଳ କରାଯାଇଛି ।
ସାଧାରଣ ସଭାସମିତି ଓ ମେଟ୍ରୋ ଚଳାଚଳ ପରି କେତେକ କ୍ଷେତ୍ରରେ କଟକଣା ମଧ୍ୟ କୋହଳ କରାଯାଇଛି । ମାତ୍ର ଆନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ କେନ୍ଦ୍ର ସରକାର ଆସନ୍ତା ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ କଟକଣା ଲଗାଇଛନ୍ତି । ସେପଟେ ଆନ୍ତର୍ଜାତୀୟ ବିମାନ ଚଳାଚଳ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା । ଯାହାକୁ ଏବେ ସେପ୍ଟମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।
ତେବେ ଅନଲକ ୪ ରେ ଦେଶ ବାହାରେ ଫସି ରହିଥିବା ବିଦେଶୀ ଆଶା କରିଥିଲେ ହୁଏତ କେନ୍ଦ୍ର ସରକାର ଅନଲକ ୪ ରେ ଦେଶ ବାହାରେ ଫସି ରହିଥିବା କିଛି ଲୋକ ଦେଶକୁ ଫେରି ପାରିବେ । ମାତ୍ର କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଏବେ ସେମାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଛିି ।