ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): କୁଖ୍ୟାତ ଆତଙ୍କବାଦୀ ସଂଗଠନ ଆଇଏସର ମୁଖ୍ୟ ଅବୁ ବକର ଅଲ- ବଗଦାଦିର ମୃତ୍ୟୁପରେ ଏବେ ଆଇଏସ ତାର ନୂଆ ମୁଖ୍ୟ ନାମ ଘୋଷଣା କରିଛି । ବର୍ତ୍ତମାନ ଅବୁ ଇବ୍ରାହିମ ଅଲ ହାଶମି ଅଲ କୁରେଶକୁ ଆଇଏସ୍ ସଂଗଠନର ମୁଖ୍ୟ କରିଛି । ସଂଗଠନର ମୁଖପାତ୍ର ଅବୁ ହମଜା ଅଲ କୁରେଶୀ ଏକ ଅଡିଓ ଟେପ୍ ଜାରି କରି ଏହି ଘୋଷଣା କରିଛି। ଗତ ଶନିବାର ଠାରୁ ସିରିଆରେ ଆମେରିକା ସେନା ପକ୍ଷରୁ ହୋଇଥିବା ଅପରେସନରେ ବଗଦାଦିର ମୃତ୍ୟୁ ହୋଇଥିଲା ।
ଅକ୍ଟୋବର ୨୭ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଥିଲେ କି ଆମେରିକା ସେନାର ବଡ଼ ଅଭିଯାନରେ ଦୁର୍ଦ୍ଦଷ ଆତଙ୍କବାଦୀ ତଥା ଆଇଏସ ସଂଗଠନର ମୁଖ୍ୟ ବାଗଦାଦୀର ମୃତ୍ୟୁ ଘଟିଛି। ବାଗଦାଦି ନିଜେ ନିଜକୁ ଆତ୍ମଘାତୀ ବିଷ୍ପୋରଣ କରି ଉଡାଇ ଦେଇଛି । ମାତ୍ର ଏନେଇ ଆଇଏସ ପକ୍ଷରୁ କୌଣସି ସୂଚନା ଦିଆଯାଇ ନଥିଲା । ଏବେ ଆଇଏସ୍ ପକ୍ଷରୁ ଜାରି ୭ ମିନିଟ୍ର ଅଡିଓ ଟେପ୍ରେ ବାଗଦାଦିର ମୃତ୍ୟୁକୁ ନେଇ ଗଭୀର ଶୋକ ବ୍ୟକ୍ତ କରାଯିବା ସହ ଅବୁ ଇବ୍ରାହିମ ଅଲ ହାଶମି ଅଲ କୁରେଶକୁ ଆଇଏସ୍ ସଂଗଠନର ମୁଖ୍ୟ ନିଯୁକ୍ତ ହେଲେ ବୋଲି ଘୋଷଣା କରିଛି । ଆମେରିକା କରିଥିବା କାର୍ୟ୍ୟାନୁଷ୍ଠାନର ବଦଲା ନେବାକୁ ମଧ୍ୟ ଧମକ ଦେଇଛି ଆଇଏସ ।