ଲଣ୍ଡନ (ଏଟିଆର ବ୍ୟୁରୋ): ଲଣ୍ଡନରେ ଆୟୋଜିତ ହୋଇଯାଇଛି ବିଶ୍ୱ ସୁନ୍ଦରୀ ୨୦୧୯ । ଶନିବାର ଦିନ ଆୟୋଜିତ ହୋଇଥିବା ଏହି ପ୍ରତିଯୋଗିତାରେ ଜମାଇକାର ଟୋନୀ- ଆନ ସିଂହ ୬୯ତମ ବିଶ୍ୱ ସୁନ୍ଦରୀ ମୁକୁଟ ପିନ୍ଧିଛନ୍ତି । ଏହି ପ୍ରତିଯୋଗିତାରେ ଫ୍ରାନ୍ସର ଓଫେଲି ମେଜିନୋ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ ଭାରତ ପକ୍ଷରୁ ଯୋଗ ଦେଇଥିବା ସୁମନ ରାଓ ଦ୍ୱିତୀୟ ରନର- ଅପ ହୋଇଛନ୍ତି । ସମସ୍ତ ପ୍ରତିଯୋଗିତାଙ୍କୁ ପଛରେ ପକାଇ ୨୩ବର୍ଷୀୟ ଟୋନୀ- ଆନ ସିଂହ ବିଶ୍ୱ ବିଜୟନୀ ହୋଇଛନ୍ତି ।
ଟୋନୀ- ଆନ ସିଂହ ଜଣେ ଡାକ୍ତରୀ ଛାତ୍ରୀ ହୋଇଥବବା ବେଳେ ବର୍ତ୍ତମାନ ଫ୍ଲୋରିଡା ଷ୍ଟେଟଯୁନିଭର ପାଠ ପଢୁଛନ୍ତି । ସେ ପୂର୍ବରୁ କାରବିୟାନ ଛାତ୍ର ସଂଗଠନ ପାଇଁ କାମ କରୁଥିଲେ ବୋଲି ମିସ ୱଡ ୱେସାଇଇଟରୁ ଜାଣିବାକୁ ମିଳିଛି । ବିଶ୍ୱ ସୁନ୍ଦରୀ ମୁକୁଟ ପିନ୍ଧିବାରେ ଜମାଇକା ୪ର୍ଥ ମହିଳା ହେଉଛନ୍ତି ଟୋନୀ- ଆନ ସିଂହ । ୧୯୯୩ରେ ଶେଷଥର ପାଇଁ ଜାମାଇକାରୁ ଲିସା ହାନ୍ନା ବିଶ୍ୱ ସୁନ୍ଦରୀ ମୁକୁଟ ପିନ୍ଧି ଥିଲେ । ତେବେ ଟୋନୀ- ଆନ ସିଂହ ଖାଲି ସମୟରେ ଗୀତ ଗାଇବା ସହ ରୋଷେଇ କରିବାକୁ ଭଲ ପାଆନ୍ତି । ଶେଷରେ ସେ ତାଙ୍କ ବିଜୟର ସମସ୍ତ ଶ୍ରେୟ ମା’ଙ୍କ ଦେଇ କହିଛନ୍ତି , ତାଙ୍କ ସ୍ୱପ୍ନ ସତ କରିବାରେ ମା’ଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।
ଅନ୍ୟପଟେ ଭାରତର ତରଫରୁ ୨୧ବର୍ଷୀୟ ସୁମନ ରାଓ ଦ୍ୱିତୀୟ ରନର- ଅପ ହୋଇଛନ୍ତି । ତାଙ୍କ ଘର ରାଜସ୍ଥାନର ଉଦୟପୁର ଠାରେ । ସୁମନ ମୁମ୍ବାଇ ବିଶ୍ୱବିଦ୍ୟାଳୟରେ ଆକାଉଣ୍ଟସିରେ ପାଠପଢୁଛନ୍ତି । ସୁମନ କଥକ ନୃତ୍ୟରେ ପାରଙ୍ଗମ ଅଟନ୍ତ । ୨୦୧୯ ପେମିନା ସିମ ଇଣ୍ଡିଆରେ ଟାଇଟେଲ ହାସଲ କରିଥିଲେ ସୁମନ । ୨୦୧୭ରେ ଶେଷଥର ପାଇଁ ଭାରତର ମାନୁଶୀ ଚିଲର ବିଶ୍ୱ ସୁନ୍ଦରୀ ମୁକୁଟର ଅଧିକାରୀ ହୋଇଥିଲେ ।
Ready to work and sing — Miss World 2019 is Miss Jamaica #ToniAnnSingh 👑👏also won Miss Talent during the competition #MissJamaica #MissWorld2019 #missmundo #piersmorgan #MissWorld2019 #missjamaicaworld #London pic.twitter.com/92X8MUO1mO
— Miss World Live (@MissWorldLive) December 14, 2019