ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଚୀନରୁ ସୃଷ୍ଟି କୋରୋନା ଭାଇରସ ସଂକ୍ରମଣ ଦ୍ୱାରା ଏପର୍ଯ୍ୟନ୍ତ ଚୀନରେ ୫୬ଜଣଙ୍କ ଜୀବନ ଗଲାଣି । ଚୀନ ସମେତ ଆହୁରି ୧୫ଟି ଦେଶରେ ମଧ୍ୟ ଏହି ଭୟଙ୍କର ଭାଇରସ ତାର କାୟା ବିସ୍ତାର କରିସାରିଲାଣି ।
ଭାରତ ସରକାର କୋରୋନା ଭାଇରସକୁ ଭାରତ ଠାରୁ ଦୁରେଇ ରଖିବା ପାଇଁ ଯଥାସମ୍ବବ ପ୍ରୟାସ କରୁଛନ୍ତି । ଭାଇରସ କୁ ରୋକିବା ପାଇଁ ବିଦେଶରୁ ଭାରତ ଆସୁଥିବା ସମସ୍ତ ଯାତ୍ରୀ ମାନଙ୍କର ଏୟାରପୋର୍ଟରେ ହିଁ ଯାଞ୍ଚ କରାଯାଉଛି ।
ବର୍ତ୍ତମାନ ଚୀନରେ ଥିବା ୨୫୦ ଜଣ ଭାରତୀୟ ଛାତ୍ରଙ୍କୁ ଭାରତ ଫେରାଇ ଆଣିବାକୁ ସରକାର ପ୍ରଚେଷ୍ଟା ଚଳାଇଛନ୍ତି । କେନ୍ଦ୍ର ସରକାର ଚୀନ ସରକାରଙ୍କୁ ଏ ବିଷୟରେ ଅବଗତ ମଧ୍ୟ କରାଇଛନ୍ତି । ତେବେ ୨୫୦ ଜଣ ଛାତ୍ରଙ୍କୁ ବହୁତ ଶୀଘ୍ର ଭାରତ ଫେରାଇ ଅଣାଯିବ ବୋଲି ସୁଚନା ମିଳିଛି ।