ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଏବେ ଲଦେନ ଝିଆରୀ ଟାର୍ଗେଟରେ ଆମେରିକା । ଲାଦେନ ଝିଆରୀ ଏବେ ସମର୍ଥନ କରୁଛି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ । ଆମେରିକାରେ ଆଗକୁ ହେବାକୁ ଥିବା ଇଲେକ୍ସନରେ ଯଦି ଡୋନାଲ୍ଡ ଟ୍ରମ୍ପ ହାରିବେ ତାହେଲେ ପରିସ୍ଥିତି ଭୟଙ୍କର ହେବ । ଆମେରିକା ପ୍ରତି ବିପଦ ସୃଷ୍ଟି ହେବ । ଆମେରିକା ଉପରେ ଆତଙ୍କବାଦୀ ଆକ୍ରମଣ ହେବ ।
ଲାଦେନ ଝିଆରୀ ନୁରୁ ଲାଦେନ କହିଛନ୍ତି ଆମେରିକାରେ ଯଦି ଜୟ ବିଡେନ ରାଷ୍ଟ୍ରପତି ହୁଅନ୍ତି ତେବେ ପରିସ୍ଥିତି ଭୟଙ୍କର ହେବ । ଦେଶରେ ଆତଙ୍କବାଦୀ ବୃଦ୍ଧି ପାଇବ । ଓବାମା ଓ ବିଡେନଙ୍କ ଭଳି ଶାସକ ଆସିଲେ ଆଇଏସଆଇଏସ ଭଳି ଆତଙ୍କବାଦ ସଂଗଠନ ସୃଷ୍ଟି ହେବ । ଟ୍ରମ୍ପଙ୍କ ଆତଙ୍କବାଦୀଙ୍କୁ ଦମନ କରିବାରେ ସଫଳ । ପୂର୍ବରୁ ସେ ଅନେକ ବଡବଡ ନିଷ୍ପତ୍ତି ନେଇଛନ୍ତି ।