ମସ୍କୋ (ଏଇଆର ବ୍ୟୁରୋ): ଋଷର କ୍ରାସ୍ନୋୟାରୁକ ନିକଟରେ ଏକ ଏମଆଇ-୮ବିମାନ ଦୁର୍ଘଟଣା ଘଟିଛି । ଏଥିରେ ୧୮ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି ।
ଆଜି ସକାଳ ୧୦.୨୦ରେ ଇଗରକା ଗାଁଠାରୁ ଦୁଇ କିଲୋମିଟର ଦୂର ତୁରୁଖାଂସ୍କ ଜିଲ୍ଲାରେ ଏମଆଇ-୮ ବିମାନଟି କ୍ରାସ ହୋଇଥିଲା । ଦୁର୍ଘଟଣାଟିି କୌଣସି ଯାନ୍ତ୍ରିକ ତୃଟି କିମ୍ବା ପାଇଲଟର ଭୁଲ୍ ପାଇଁ ହୋଇଥିବା ଅନୁମାନ କରାଯାଉଛି ।
ଖବରମୁତାବକ, ବିମାନଟିରେ ନିଆଁ ଲାଗିଯାଇଥିଲା । ସେଥିରେ ଥିବା ତିନି ଜଣ ପାଇଲଟ ସମେତ ୧୫ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି ।