ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ ) ; ସାମ୍ବାଦିକଙ୍କୁ ନିର୍ମମ ହତ୍ୟା । ସାଉଦୀ ଆରବର ରାଜ ପରିବାରକୁ ସମାଲୋଚନା କରି ଚର୍ଚ୍ଚାରେ ଥିବା ସାମ୍ବାଦିକଙ୍କୁ ହତ୍ୟା କରିଛନ୍ତି ଦୁର୍ବୃତ୍ତ । ଏମିତିକି ସାମ୍ବାଦିକଙ୍କ ଶବକୁ ଖଣ୍ଡ ଖଣ୍ଡ କରି କାଟିଦିଆଯାଇଛି । ଆଉ ଏ ସମସ୍ତ ଘଟଣାର ପୂରା ଭିଡିଓ ସୁଟିଂ ମଧ୍ୟ କରାଯାଇଛି । ମୃତ ସାମ୍ବାଦିକଙ୍କ ନାମ ଜମାଲ ଖାଶୋଜ୍ଜୀ ।
ସେ ସାଉଦୀ ଆରବର ରାଜ ପରିବାରକୁ ସମାଲୋଚନା କରି ଚର୍ଚ୍ଚାରେ ରହିଥିଲେ । ତାଙ୍କୁ ବିଭିନ୍ନ ଆଡୁ ବହୁ ଧମକ ଆସୁଥୁଲା । ସେ ଭୟରେ ଆମେରିକା ଚାଲିଯାଇ ସେଠାରେ ରହୁଥିଲେ । ଜମାଲ ଆମେରିକାରେ ରହି ‘ୱାଶିଂଟନ୍ ପୋଷ୍ଟ’ ପାଇଁ ଖବର ଲେଖୁଥିଲେ । ତେବେ ସେ ନିଜ ଗାର୍ଲଫ୍ରେଣ୍ଡଙ୍କ ସହ କୌଣସି କାରଣ ପାଇଁ ତୁର୍କୀ ଦୂତାବାସ ଯାଇଥିଲେ । ନିଜ ମହିଳାବନ୍ଧୁଙ୍କୁ ଦୂତାବାସର ଫାଟକ ବାହାରେ ରଖି ସେ ତୁର୍କୀ ଦୂତାବାସ ଭିତରକୁ ଯାଇ ଆଉ ଫେରିନଥିବା ଅଭିଯୋଗ ହୋଇଛି । ।
ସେପଟେ ତୁର୍କୀପୋଲିସ ଏହି ହତ୍ୟାକୁ ନେଇ କିଛି ଭିନ୍ନ ତଥ୍ୟ ରଖିଛି । ଜମାଲକୁ ସାଉଦି ଅରବର ଦୂତାବାସରେ ହତ୍ୟା କରାଯାଇଥିବା ର କହିଛି ତୁର୍କୀ ପୋଲିସ । ସାଉଦୀ ଆରବରୁ ପାଖାପାଖି ୧୫ ଜଣ ବ୍ୟକ୍ତି ଜମାଲଙ୍କୁ ମାରିବାକୁ ଆସିଥିଲେ । ଜମାଲ ସାଉଦୀ ଦୂତାବାସକୁ ଯାଇଥିଲେ ହେ ଁ ସେଠାରେ ପୁର୍ବରୁ ସାଉଦୀରୁ ଆସିଥିବା ୧୫ ଜଣ ବୂକ୍ତ ରହିଥିଲେ । ସେମାନେ ଜମାଲଙ୍କୁ ମାରିବା ପରେ ତାଙ୍କ ଶରୀରକୁ ଖଣ୍ଡଖଣ୍ଡ କରି ଦେଇଥିବା ତୁର୍କୀ ପୋଲିସ କହିଛି । ସେମାନେ ଏହି ସମ୍ପୁର୍ଣ୍ଣ ଘଟଣାର ଭିଡିଓ ରେକର୍ଡ ମଧ୍ୟ କରିଛନ୍ତି । ଅନ୍ୟପଟେ ସାଉଦୀ ଦୂତାବାସ ଏହି ଅଭିଯୋଗକୁ ଖଣ୍ଡନ କରିଛି । ଜମାଲଙ୍କୁ ସାଉଦୀ ପକ୍ଷରୁ ଖୋଜାଯାଇଥିଲା । ସେ ସାଉଦୀ ଦୂତାବାସରେ ନଥିବା ସାଉଦୀ ଆରବର ରାଷ୍ଟ୍ରଦୂତ ମହମ୍ମଦ ଅଲ୍ ଔତୈବୀ ସ୍ପଷ୍ଟ କରିଛନ୍ତି ।