ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦୁଇ ଦିନିଆ ଫ୍ରାନ୍ସ ଗସ୍ତରେ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯାତ୍ରା କରିଛନ୍ତି । ସେଠାରେ ତାଙ୍କୁ ଜବରଦସ୍ତ ସ୍ୱାଗତ କରାଯାଇଛି । ବିମାନବନ୍ଦରଠାରେ ତାଙ୍କୁ ଗୁଜୁରାଟର ବୋହରା ମୁସଲମାନ ଲୋକେ ତ୍ରିରଙ୍ଗା ସହିତ ସ୍ୱାଗତ କରିଛନ୍ତି । କେବଳ ଏତିକି ନୁହେଁ ସ୍ୱାଗତ ବେଳେ ଭାରାତ ମାତା କି ଜୟ ନାରା ବାଜ୍ ମଧ୍ୟ କରାଯାଇଛି । ଯାହାର ଏକ ଭିଡିଓ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍ କରାଯାଉଛି । ମାତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏଭଳି ସ୍ୱାଗତ କରୁଥିବାର ଦୃଶ୍ୟ ପାକିସ୍ତାନ ବିଲକୁଲ ସହି ପାରିପାରୁନି , ଖାଲି ରାଗରେ ରକ୍ତଚାଉଳ ଚୋବାଉଛି ।
Warm welcome, warm conversations.
A glimpse of how Indians based in France welcomed PM @narendramodi. pic.twitter.com/IDWijoNfoD
— PMO India (@PMOIndia) August 22, 2019
ସେପଟେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ଟ୍ୱିଟ୍ ରେ ପାକିସ୍ତାନ ସରକାରର ମନ୍ତ୍ରୀ ଫବାଦ ଚୌଧୁରୀ ହୁସେନ ରିଟ୍ୱିଟ୍ କରି କହିଛନ୍ତି କି , କେତେ ଟଙ୍କା ଲାଗିଛି ଏହି ଡ୍ରାମା ରେ?
Kitnay paisey lag gaye iss dramay pe? https://t.co/6ZeSIRNDnA
— Ch Fawad Hussain (@fawadchaudhry) August 22, 2019
ଏହାପରେ ସୋସିଆଲ ମିଡିଆରେ ୟୁଜର୍ସ ପାକିସ୍ତାନୀ ମନ୍ତ୍ରୀଙ୍କ ଉପରେ ଭଡକିବା ସହ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଦେଇଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି କି , ଜଣେ ବ୍ୟକ୍ତି ପୂରା ଦୁନିଆକୁ ସେହି ଦୃଷ୍ଟି ଏବଂ ଚରିତ୍ରରେ ଦେଖିଥାଏ, ଯାହା ତା ପାଖରେ ଅଛି । ସେହିଭଳି ସେ ସବୁ ସ୍ଥାନରେ ସେହି ସବୁ ଜିନିଷ ଖୋଜିବାକୁ ଚେଷ୍ଟା କରେ । ଅନ୍ୟପଟେ ୟୁଜର୍ସ ଲେଖିଛନ୍ତି ନାଁ ଯେମିତି ହରକତ ବି ସେମିତି ।