ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ସାରା ବିଶ୍ୱକୁ ଏବେ କରୋନା କରୁଛି କଲବଲ । କରୋନାକୁ କାବୁ କରିବାକୁ ସାରା ବିଶ୍ୱ ଲାଗି ପଡିଛି । ଏବେ ଉତ୍ତର କୋରିଆରେ ଜଷର ସନ୍ଦିଗ୍ଧ କରୋନା ଆକ୍ରାନ୍ତ ରହିଥିବା ଖବର ଜଣା ପଡିବା ପରେ ଏବେ ଉତ୍ତର କୋରିଆରେ ପରିସ୍ଥିତି ଗମ୍ଭୀର ହୋଇଛି । ଏବେ ଉତ୍ତର କୋରିଆରେ ସମସ୍ତ ସୀମା ସିଲ ରହିଛି । ସୂଚନା ଅନୁସାରେ ଏହି ନିକଟରେ ଦକ୍ଷିଣ କୋରିଆରୁ ଜଣେ ବ୍ୟକ୍ତି ସୀମା ପାର ହୋଇ ଆସିଥିଲେ ।
ସମ୍ପୃକ୍ତ ବ୍ୟକ୍ତି ଜଣେ କରୋନା ପଜିଟିଭ ବୋଲି ଉତ୍ତର କୋରିଆ ସରକାରୀ ଖବର ସରବରାହ ସଂସ୍ଥା କେସିଏନରୁ ସୂଚନା ଦିଆଯାଇଛି । ତେବେ ଯଦି ସତକୁ ସତ ଏହି ବ୍ୟକ୍ତି କରୋନା ପଜିଟିଭ ଥିବା ଚିହ୍ନଟ ହୁଅନ୍ତି ତେବେ ଏହା ଦେଶର ପ୍ରଥମ କରୋନା ଆକ୍ରାନ୍ତ ବୋଲି ଚର୍ଚ୍ଚା ହେଉଛି ।
ସେପଟେ ଉତ୍ତର କୋରିଆ ଏବେ ଅନ୍ୟ ଦେଶରୁ ୧ ହଜାରରୁ ଅଧିକ କରୋନା ଟେଷ୍ଟ କିଟ ଆମଦାନୀ କରିଛି । ସେପଟେ ରାଷ୍ଟ୍ରପତି କିମ ଜଙ୍ଗ ଉନ ଜରୁରୀକାଳୀନ ବୈଠକ ଡାକି ଉତ୍ତର କୋରିଆରେ ଜରୁରୀ ପରିସ୍ଥିତି ଘୋଷଣା କରିଛନ୍ତି ।