ଇସଲାମବାଦ (ଏଟିଆର ବ୍ୟୁରୋ): ଦୀର୍ଘ ୭୦ ବର୍ଷ ପୂର୍ବରୁ ଭାରତ ଏବଂ ପାକିସ୍ତାନ ଅଲଗା ହୋଇ ସାରିଛନ୍ତି, କିନ୍ତୁ ଏଭଳି ଅନେକ ପର୍ବ ଅଛି ଯାହା ଦୁଇ ଦେଶକୁ ଏକାଠି କରାଇଥାଏ । ଏଇ ଗୋଟେ ସପ୍ତାହ ପୂର୍ବରୁ ଭାରତରେ ଖୁବ୍ ଧୁମ୍ ଧାମରେ ପାଳିତ ହୋଇଥିଲା ରଙ୍ଗର ପର୍ବ ହୋଲି । ଏବେ ତାର ଗୋଟେ ସପ୍ତାହ ପରେ ପଡୋଶୀ ଦେଶ ପାକିସ୍ତାନରେ ହୋଲି ପର୍ବ ପାଳିତ ହୋଇଛି । ଏହି ଉତ୍ସବର ଏକ ଭିଡିଓ ଖୁବ୍ ଜୋରରେ ଭାଇରାଲ ହେବାରେ ଲାଗିଛି । ଭିଡିଓଟି ଇସଲାମବାଦ ସ୍ଥିତ କ୍ୟାଦ-ଏ-ଆଜମ୍ ଯୁନିଭରସିଟିର ବୋଲି ଜାଣିବାକୁ ମିଳିଛି ।
Biggest celebration of QAU 🔥#Holi2k19 #QuaidiansKiDuniya ❤
Quaid-i-Azam University Admission Cell ಅವರಿಂದ ಈ ದಿನದಂದು ಪೋಸ್ಟ್ ಮಾಡಲಾಗಿದೆ ಸೋಮವಾರ, ಮಾರ್ಚ್ 25, 2019
ୟୁନିଭରସିଟିର ମେହରାନ୍ ଷ୍ଟୁଡେଣ୍ଟସ କାଉଁସିଲ ପକ୍ଷରୁ ହୋଲିର ଏକ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମର ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରାଯାଇଛି । ଏଥିରେ ପାକିସ୍ତାନୀ ଛାତ୍ରମାନେ ଖୁସିରେ ଝୁମୁଥିବାର ଦେଖିବାକୁ ମିଳିଛି । ୟୁଜର୍ସ ମାନେ ଏହି ଭିଡିଓକୁ ଖୁବ୍ ପସନ୍ଦ କରିଛନ୍ତି ।
ସେପଟେ କ୍ୟାଦ-ଏ-ଆଜମ ୟୁନିଭରସିଟି କଥା କହିଲେ,ଏଠାରେ ପ୍ରତ୍ୟେକ ଧର୍ମର ଉତ୍ସବକୁ ଖୁବ୍ ଉତ୍ସାହର ସହ ପାଳନ କରିଥାନ୍ତି ଛାତ୍ର ଏବଂ ଉତ୍ସବକୁ ସମାନ ଦୃଷ୍ଟିରେ ଦେଖାଯାଇଥାଏ ।
ଫେବ୍ରୁଆରୀ ୧୪ରେ ହୋଇଥିବା ପୁଲୱାମା ଆକ୍ରମଣ ପାଇଁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହିଂସା ଆହୁରୀ ବଢି ଯାଇଛି । ଇତି ମଧ୍ୟରେ ଏଭଳି ଏକ ଭିଡିଓ କିଛି ମତ୍ରାରେ ଲୋକଙ୍କ ମନକୁ ଖୁସି କରିପାରିଛି ।