ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ୧୨ତମ ବିକ୍ସ ଶିଖର ସମ୍ମିଳନୀରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ବିଦେଶ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । ଭର୍ଚୁଆଲ ମାଧ୍ୟମରେ ନଭେମ୍ବର ୧୭ରେ ଏହି ଶିଖର ସମ୍ମିଳନୀର ଆୟୋଜନ କରାଯିବ । ଏଥିରେ ଚୀନ ର ରାଷ୍ଟ୍ରପତି ସି ଜିନପିଙ୍ଗ, ବ୍ରାଜିଲର ରାଷ୍ଟ୍ରପତି ଜେୟର ବୋଲସୋନାରୋ ଏବଂ ଋଷର ରାଷ୍ଟ୍ରପତି ବ୍ଲାଦିମିର ପୁଟିନ୍ ବି ଅଂଶଗ୍ରହଣ କରିବେ ।
ଏଭଳି ସମୟରେ ବିକ୍ସ ସମ୍ମିଳନୀ ହେଉଛି ଯେତେବେଳେ ଏହାର ଦୁଇଟି ପ୍ରମୁଖ ସଦସ୍ୟଙ୍କ ମଧ୍ୟରେ ସୀମା ବିବାଦ ଚରମରେ ରହିଛି । ଭାରତ ଏବଂ ଚୀନ ମଧ୍ୟରେ ମେ ମାସରୁ ପୂର୍ବ ଲଦାଖ ସୀମାକୁ ନେଇ ବିବାଦ ଜାରି ରହିଛି । ଦୁଇ ଦେଶର ସେନାଙ୍କ ମଧ୍ୟରେ ହିଂସାତ୍ମକ ସଂର୍ଘର୍ଷ ବି ହୋଇଯାଇଛି । କିନ୍ତୁ ଏବେ ଦୁଇ ଦେଶର ସେନା ପଛକୁ ହଟିବାର ପ୍ରସ୍ତାବ ଉପରେ କାମ କରୁଛନ୍ତି ।
ନିକଟରେ ନଭେମ୍ବର ୧୦ ରେ ସଂଘାଇ ସହଯୋଗ ସଂଗଠନ (ଏସସିଓ) ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରପତି ସିସ ଜିନପିଙ୍ଗ ଆମ୍ନା-ସାମ୍ନା ହୋଇଥିଲେ । ସେହିପରି ବ୍ରିକ୍ସ ସମ୍ମିଳନୀ ପରେ ପୁଣି ଥରେ ଦୁଇ ନେତା ଜି୨୦ ବୈଠକରେ ଆମ୍ନା-ସାମ୍ନା ହେବେ ।