ଏଟିଆର ବ୍ୟୁରୋ: ଦୁଇ ଦିନିଆ ଭୁଟାନ ଗସ୍ତରେ ପହଁଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେଠାରେ ତାଙ୍କୁ ଜୋରଦାର୍ ସ୍ୱାଗତ କରାଯାଇଛି । ମାର୍ଚ୍ଚ ୨୨ ଏବଂ ୨୩ ଦୁଇ ଦିନ ଭୁଟାନରେ ରହିବେ ପ୍ରଧାନମନ୍ତ୍ରୀ ।
ରାଜଧାନୀ ଥିମ୍ପୁରେ ପ୍ରଧାନମନ୍ତ୍ରୀଙ୍କୁ ଜୋରଦାର ସ୍ୱାଗତ କରାଯିବା ସହ ରାସ୍ତାର ଦୁଇ ପାଶ୍ୱର୍ରେ ଲୋକେ ଛିଡା ହୋଇ ମୋଦିଙ୍କୁ ଅଭିବାଦନ ଜଣାଇଛନ୍ତି । ମୋଦିଙ୍କୁ ସ୍ୱାଗତ କରିବା ପାଇଁ ପ୍ରାୟତଃ ୪୫ କିମି ଯାଏଁ ଛିଡା ହୋଇଥିଲେ ଲୋକେ ।