ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ) ଏଣିକି ଆକାଶ ମାର୍ଗରେ ଉଡିବ ଇଲେକ୍ଟ୍ରିକ ବିମାନ । ସମ୍ପୂର୍ଣ୍ଣ ବିଦ୍ୟୁତ ଚାଳିତ ବିମାନ ପାଇଁ ବ୍ରିଟିସ ଅଟୋମୋବାଇଲ କମ୍ପାନୀ ରୋଲ୍ସ ରୟସ ର ଟେକନିକର ସଫଳ ପରୀକ୍ଷଣ ହୋଇଛି । ପ୍ରତି ଘଣ୍ଟାରେ ଏହାର ବେଗ ପାଖାପାଖି ୩୦୦ ମିଲି ରହିଥିବା ବେଳେ ଏହା ବିଦ୍ୟୁତ ଦ୍ୱାରା ବିମାନ ଉଡାଇବାର ସବୁଠାରୁ ଫାସଟେଷ୍ଟ ଗତି ବିଶିଷ୍ଟ ଟେକନିକ । ଏହି ବିମାନର ନାମ ଆୟନବର୍ଡ ରଖାଯାଇଛି ।
ବିଟ୍ରେନର ମୋଟର କମ୍ପାନୀ ୟାସା ଏବଂ ଉଡ୍ଡୟନ କ୍ଷେତ୍ରରେ ଷ୍ଟାର୍ଟଅପ ଇଲେକ୍ଟ୍ରୋଫ୍ଲାଇଟ ସହିତ ମିଶି ଏହାର ଇଞ୍ଜିନ ବିକସିତ କରିଛି କମ୍ପାନୀ ।
ବିଭିନ୍ନ କମ୍ପାନୀ ଏବଂ ବିଶେଷଜ୍ଞଙ୍କ ମତରେ ବିଦ୍ୟୁତ ଶକ୍ତି ଆପଣାଇ ପୃଥିବୀରେ କାର୍ବନ ଉତ୍ସର୍ଜନକୁ କମ କରାଯାଇପାରେ । ଏହି କାରଣ ପାଇଁ ଏବେ ସଡକ ଏବଂ ରେଳ ପରିବହନ କ୍ଷେତ୍ରରେ ଏହାର ଉପଯୋଗ ଅଧିକ ବଢିଯାଇଛି ।
ରୋଲ୍ସ ରୟସ ଅନୁସାରେ, ଚଳିତବର୍ଷ ଆୟନବର୍ଡ ର ପ୍ରଥମ ଉଡାଣ କରାଯାଇ ପାରେ । ସେହିପରି ୨୦୨୧ ଆରମ୍ଭରେ ଉଡାଣର ସମୟବଦ୍ଧ ପରୀକ୍ଷଣ କରାଯିବ । ସେଥିପାଇଁ ସିଙ୍ଗଲ ସିଟ୍, ତିନୋଟି ଏକ୍ସେଲ ମୋଟର ଡିଜାଇନ ପ୍ରସ୍ତୁତ କରାଯାଇପାରେ ।