ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସେହି ଆଶଙ୍କାକୁ ଖାରଜ କରିଛନ୍ତି, ଯେଉଁଥିରେ ଲୋକଙ୍କ ମନରେ ଭୟ ଜାଗ୍ରତ କରାଯାଇଥିଲା କି ଯଦି ଟ୍ରମ୍ପ ନଭେମ୍ବରରେ ନିର୍ବାଚନରେ ହାରିଯାନ୍ତି ତେବେ ସେ ସ୍ୱେଚ୍ଛା ପୂର୍ବକ କାର୍ଯ୍ୟାଳୟ ଛାଡିବେ ନାହିଁ । ଏହାସହିତ ଯଦି ତାଙ୍କୁ ପୁର୍ନବାର ନ ବଛାଯାଉଛି ତେବେ ଦେଶ ପାଇଁ ଖରାପ ହେବ ।
ଏକ ଇଣ୍ଟରଭ୍ୟୁରେ ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି, ଯଦି ମୁଁ ନିର୍ବାଚନ ହାରୁଛି ତେବେ ମୋତେ ଲାଗୁଛି କି ଏହା ଆମ ଦେଶ ପାଇଁ ବହୁତ ଖରାପ କଥା ହେବ ।
ଆଗାମୀ ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକ ପାର୍ଟିର ଟ୍ରମ୍ପଙ୍କ ମୁକାବିଲାରେ ଡେମୋକ୍ରଟିକ ପାର୍ଟିର ସମ୍ଭାବିତ ପ୍ରାର୍ଥୀ ଏବଂ ପୂର୍ବ ଉପ ରାଷ୍ଟ୍ରପତି ହୋଇ ପାରନ୍ତି ।
ଟ୍ରମ୍ପଙ୍କ ତିନି ବର୍ଷର କାର୍ଯ୍ୟକାଳ ଶାନ୍ତିପୂର୍ଣ୍ଣ ଏବଂ ସମୃଦ୍ଧି ପୂର୍ଣ୍ଣ ରହିଥିଲା । କିନ୍ତୁ କରୋନା ମହାମାରୀ ଯୋଗୁଁ ଏକ ଲକ୍ଷ ଲୋକଙ୍କ ମୃତ୍ୟୁ ଏବଂ ଅର୍ଥବ୍ୟବସ୍ଥାରେ ହୋଇଥିବା କ୍ଷତି ପାଇଁ ଚାରି କୋଟି ଲୋକ ବେରୋଜଗାରୀ ହେବା ସହିତ ଜର୍ଜ ଫ୍ଲାୟଡଙ୍କ ମୃତ୍ୟୁ ପରେ ଟ୍ରମ୍ପଙ୍କ ଚୌକି ବିପଦରେ ପଡିପାରେ ।