କାବୁଲ(ଏଟିଆର ବ୍ୟୁରୋ): ଆଫଗାନିସ୍ତାନ ରାଜଧାନୀ କାବୁଲରେ ୟୁକ୍ରେନର ବିମାନକୁ ହାଇଜାକ କରିଥିବାର ସୂଚନା ମିଳିଛି । ୟୁକ୍ରେନ ନାଗରିକ ଫସିଥିବା ଲୋକଙ୍କୁ ଆଣିବାକୁ ଯାଇଥିବା ବିମାନକୁ ଅପହରଣ କରିନେଇଥିଲେ । କିଛି ଅଚିହ୍ନା ବ୍ୟକ୍ତି ବିମାନକୁ ଅପହରଣ କରିନେଇ ଆସିଥିବାର ଜଣାପଡିଛି । ୟୁକ୍ରେନର ଡେପୁଟି ବୈଦେଶିକ ମନ୍ତ୍ରୀ ୟେବଗେନି ୟେନିନ ଏ ସମ୍ବନ୍ଧରେ ସୂଚନା ଦେଇଛନ୍ତି।
ସେ କହିଛନ୍ତି ରବିବାର ଆମ ବିମାନକୁ କିଛଇ ଲୋକ ଅପହରଣ କରି ନେଇଥିଲେ । ଓ ମଙ୍ଗଳବାର ଦିନ ଏହି ବିମାନକୁ ଇରାନ ନିଆଯାଇଥିଲା । ୟୁକ୍ରେନର ନାଗରିକଙ୍କୁ ଏୟାରଲିଫ୍ଟ କରିବା ପରିବର୍ତ୍ତେ ବିମାନରେ ଥିବା କିଛି ଲୋକ ଏହାକୁ ଇରାନକୁ ନେଇଯାଇଛନ୍ତି । ଏହାଫଳରେ ଆମର ତିନୋଟି ବିମାନ ଉଡାଣ ଉଦ୍ୟମ ସଫଳ ହୋଇପାରି ନାହିଁ,କାରଣ ଆମର ଲୋକମାନେ ବିମାନବନ୍ଦରରେ ପହଞ୍ଚି ପାରିନଥିଲେ ।
ଉପ ବୈଦେଶିକ ମନ୍ତ୍ରୀଙ୍କ କହିବାନୁସାରେ ଅପହରଣକାରୀମାନେ ସଶସ୍ତ୍ର ଥିଲେ । ତେବେ ଏହାକୁ କିଏ ଅପହରଣ ହାଇଜ୍ୟାକ୍ କରିନେଇଛି ସେ ନେଇ କିଛି ଜଣାପଡି ନାହିଁ।’ ତେବେ ବିମାନରେ କ’ଣ ଘଟିଛି କିମ୍ବା ଏହି ବିମାନକୁ ଫେରାଇ ଆଣିବାକୁ ଚେଷ୍ଟା କରିବ କି ନାହିଁ ସେ ସମ୍ପର୍କରେ ମନ୍ତ୍ରୀ କିଛି ତଥ୍ୟ ଦେଇ ନାହାଁନ୍ତି।