ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ସାରା ବିଶ୍ୱ ଏବେ କରୋନା ମହାମାରୀ ସହିତ ଯୁଦ୍ଧ କରୁଥିବା ବେଳେ ଏଥିରେ ଏବେ ଅଧିକ ପ୍ରଭାବିତ ହୋଇଛି ଆମେରିକା । ଆମେରିକାରେ ପ୍ରତିଦିନ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି । ତେବେ ମିଳିଥିବା ସୂଚନା ଅନୁସାରେ ଆମେରିକାରେ ଗତ ୨୪ ଘଣ୍ଟା ମଧ୍ୟରେ ୩ ହଜାର ୧୭୬ ଜଣଙ୍କର ମୃତ୍ୟୁ ହୋଇଛି । ଯାହା ଦିନକରେ କରୋନା ରୋଗରେ ଏତେ ସଂଖ୍ୟକ ଲୋକଙ୍କର ଏକକାଳୀନ ମୃତ୍ୟୁ ।
ସେହିଭଳି ଯଦି ଆମେରିକାରେ ମୋଟ ମୃତ୍ୟୁ ସଂଖ୍ୟା ଦେଖିବା ମୋଟ ମୃତ୍ୟୁ ସଂଖ୍ୟା ରହିଛି ୪୯ ହଜାର ୮୪୫ । ସେହିଭଳି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛିି ୮ ଲକ୍ଷ ୮୦ ହଜାର ୨୦୪ । ସେହିଭଳି ଆକ୍ଟିଭ କେସ ରହିଛି ୭ ଲକ୍ଷ ୪୪ ହଜାର ୪୩୭ । ଏବେ ଆମେରିକାର ବିଭିନ୍ନ କୋଭିଡ ହସ୍ପିଟାଲରେ ୭ ଲକ୍ଷ ୪୪ ହଜାର ୪୩୭ ଜଣ ଚିକିତ୍ସିତ ହେଉଛନ୍ତି । ସେହିଭଳି ସେମାନଙ୍କ ମଧ୍ୟରୁ ୧୪ ହଜାର ୯୯୭ ଜଣ ଗୁରୁତର ରହିଛନ୍ତି ।
ଅନ୍ୟପଟେ ଭାରତରେ ମଧ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୭ ହଜାର ଅତିକ୍ରମ କରିଛି । ସେହିଭଳି ରାଜ୍ୟ କଥା ଯଦି ଦେଖିବା ଆଜି ଭଦ୍ରକରୁ ଜଣେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯୦ ରେ ପହଞ୍ଚିଛି । ସେଥିମଧ୍ୟରୁ ମୋଟ ୫୬ ଟି କେସ ଆକ୍ଟିଭ ରହିଥିବା ବେଳେ ୩୩ ଜଣ ସୁସ୍ଥ ହୋଇ ସାରିଛନ୍ତି । ଅନ୍ୟପଟେ ଭଦ୍ରକ, ଯାଜପୁର ଓ ବାଲେଶ୍ୱର ଜିଲ୍ଲାରେ ଲଗାତାର ଭାବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ଏହି ତିନି ଜିଲ୍ଲା ଗତକାଲି ରାତି ୧୦ ଟା ବେଳ ଠାରୁ ଆସନ୍ତା ୬୦ ଘଣ୍ଟା ପାଇଁ ସଟ ଡାଉନ କରାଯାଇଛି ।