ନୂଆଦିଲ୍ଲୀ,(ଏଟିଆରବ୍ୟୁରୋ): ଏବେ ଜରିମାନା ଦେବ ୟୁଟ୍ୟୁବ । ସୋସିଆଲ ନେଟୱାର୍କିଂ ସାଇଡ୍ ‘ୟୁଟ୍ୟୁବ୍’ ନାଁରେ ଉଠିଛି ସାଂଘାତିକ ଅଭିଯୋଗ । ଶିଶୁଙ୍କ ବ୍ୟକ୍ତିଗତ ଗୋପନୀୟତା ଉଲଂଘନ କରିଛି ୟୁଟ୍ୟୁବ । ଏଥିପାଇଁ ଏହାର ମୂଳ କମ୍ପାନୀ ଗୁଗଲକୁ ୧୪୨କୋଟି ଟଙ୍କା ତଣ୍ଡ ଗଣିବ ।
ଆମେରିକୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ବିଜ୍ଞାପନ ଏକତ୍ରିତ କରିବା ସମୟରେ ୟୁଟ୍ୟୁବ ନିୟମ ଉଲଂଘନ କରିଛି । ମିଳିଥିବା ରିପୋର୍ଟ ଅନୁସାରେ, କେତେକ ପ୍ରାଇଭେସି ଗ୍ରୁପ୍ ୟୁଟ୍ୟୁବ ବିରୋଧରେ ଶିଶୁ ଗୋପନୀୟତା ନିମୟ ଉଲଂଘନ ଅଭିଯୋଗ କରିଥିଲେ ।
ସେମାନଙ୍କ ଅଭିଯୋଗ ଥିଲା ୟୁଟ୍ୟୁବ ୧୩ବର୍ଷରୁ କମ ବୟସର ପିଲାଙ୍କ ବିଷୟରେ କିଛି ତଥ୍ୟ ସେମାନଙ୍କ ବାପା-ମା’ଙ୍କ ବିନା ଅନୁମତିରେ ଏକତ୍ରିତ କରିଛି । ଏଫଟିସି ବା ଆମେରିକା ଫେଡରାଲ ଟ୍ରେଡ କମିଶନ ଆସନ୍ତା ସେପ୍ଟେମ୍ବର ସୁଦ୍ଧା ଏହି ଘଟଣା ଉପରେ ରାୟ ଶୁଣାଇପାରେ । ଉଲ୍ଲେଖଯୋଗ୍ୟ, ଚଳିତବର୍ଷ ମାର୍ଚ୍ଚରେ, ଗୁଗଲ୍ ଉପରେ ଅନ୍ଲାଇନ୍ ବିଜ୍ଞାପନରେ ପକ୍ଷପାତିତା କରିବାର ଅଭିଯୋଗ ହୋଇଥିଲା। ଯାହା ଫଳରେ ଗୁଗଲ୍କୁ ୟୁରୋପୀୟ ସଂଘକୁ ୧୧,୭୦୦ କୋଟି ଜରିମାନା ଦେବାକୁ ପଡ଼ିଥିଲା।