ଭୁବନେଶ୍ୱର (ଏଟିଆର ବ୍ୟୁରୋ):କାଶ୍ମୀରକୁ ଭୂସ୍ୱର୍ଗ ବୋଲି କୁହାଯାଇଥାଏ । କାରଣ ଏଠାକାର ପରିବେଶ ପାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ । କେବଳ ପରିବେଶ ନୁହେଁ, ଏଠାକାର ଲୋକମାନେ ମଧ୍ୟ ଦେଖିବାକୁ ଖୁବ୍ ସୁନ୍ଦର । ଆଜ୍ଞା ହଁ କାଶ୍ମୀରର ପରିବେଶ ଯେତିକି ସୁନ୍ଦର ତାଠାରୁ ଅଧିକ ସୁନ୍ଦର ସେଠାକାର ମହିଳା । ତେବେ ଆସନ୍ତୁ ଜାଣିବା କାଶ୍ମୀର ମହିଳାମାନଙ୍କ ସୌନ୍ଦର୍ଯ୍ୟତାର ରାଜ୍ ବିଷୟରେ ।
– କାଶ୍ମୀରର ଜଳବାୟୁ ଯୋଗୁଁ ତ୍ୱଚା ଶୁଷ୍କ ହୋଇଯାଏ । ସେଥିପାଇଁ ମହିଳାମାନେ ଖଦ୍ୟରେ ମିଲ୍କ କ୍ରିମ୍ ବ୍ୟବହାର କରିବା ସହିତ ସେହି କ୍ରିମ୍ କୁ ତ୍ୱଚାରେ ଲଗାଇଥାନ୍ତି ।
– କାଶ୍ମୀରରେ ବହୁଳ ମାତ୍ରାରେ ଅଖରୋଡ ମିଳିଥାଏ । ଅଖରୋଡରେ ଓମେଗା-୯,ଓମେଗା-୬, ଓମେଗା-୩ ରହିଥାଏ । ଏହା ସୌନ୍ଦର୍ଯ୍ୟତି ବୃଦ୍ଧି କରାଇବାରେ ଖୁବ୍ ଉପଯୋଗୀ ହୋଇଥାଏ ।
– ତ୍ୱଚାରେ ଚମକ ଏବଂ ରଙ୍ଗ ଗୋରା କରିବାରେ କେସର ଖୁବ୍ ସହାୟକ କରିଥାଏ । ସେଠାକାର ମହିଳାମାନେ କେସରକୁ ଖୀର ଏବଂ ଚନ୍ଦନ ପାଉଡର ସହ ମିଶ୍ରଣ କରି ଏକ ପେଷ୍ଟ ପ୍ରସ୍ତୁତ କରନ୍ତି, ଏବଂ ସେହି ପେଷ୍ଟକୁ ତ୍ୱଚାରେ ଲଗାଇଥାନ୍ତି ।
– ଏହା ସହିତ ବାଦାମ ପେଷ୍ଟ ପ୍ରସ୍ତୁତ କରି ସ୍କ୍ରବ ଭାବେ ତ୍ୱଚାରେ ବ୍ୟବହାର କରିଥାନ୍ତି । ଏହାଦ୍ୱାରା ତ୍ୱଚା ଚମକି ଥାଏ ।