ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଶରୀର ପାଇଁ ବେଲ ପଣା ବହୁତ ଗୁଣାକାରୀ ହୋଇଥାଏ, ଯଦି ଏହି ବେଲ ପଣାକୁ ବ୍ୟବହାର କରିବେ ତେବେ ଏହାଦ୍ୱାରା ଆପଣ ଅନେକ ରୋଗରୁ ମୁକ୍ତି ପାଇ ପାରିବେ । ଗଛରୁ ବେଲ ଝଡିବା ପରେ ଅନେକ ସମୟ ପର୍ଯ୍ୟନ୍ତ ଭଲ ରହିଥାଏ । ଏହାକୁ ଅନେକ ପ୍ରକାରର ଔଷଧ ତିଆରି କରିବାଠୁ ନେଇ ଭୋଜନରେ ମଧ୍ୟ ବ୍ୟବହାର କରାଯାଇଥାଏ ।
ଖରାଦିନେ ସାଧାରଣତଃ ଦେହ ହାତ ପୋଡାଜଳା ହେବା ଆରମ୍ଭ ହୋଇଥାଏ । ଏଥିପାଇଁ କଞ୍ଚା ବେଲକୁ ଫଟାଇ ରାଶି ତେଲରେ ପକାଇ ୨ ରୁ ୩ ମିନିଟ୍ ଛାଡି ଦିଅନ୍ତୁ । ଏବେ ସେହି ତେଲକୁ ଶରୀରରେ ମାଲିସ କରନ୍ତୁ, ଏଭଳି କରିବା ଦ୍ୱାରା ଶରୀରକୁ ଥଣ୍ଡା ଅନୁଭବ ହେବ । ଏହା ଥିୟାମାଇନ, ରିବୋଫ୍ଲେବିନ ଏବଂ ବିଟା କ୍ୟାରୋଟିନ୍ ବହୁତ ଭଲ ସ୍ର୍ତ୍ରୋତ । ଏହା ସମସ୍ତ ତତ୍ୱ ତଥା ଲିଭର ସମ୍ବନ୍ଧୀୟ ସମସ୍ୟାକୁ ଠିକ୍ କରିବାରେ ସହାୟକ ହୋଇଥାଏ ।
ଯଦି ଆପଣ ବେଲ ପଣାରେ କିଛି ମାତ୍ରାର ଉଷୁମ ପାଣି ମିଶାଇ ପିଇବେ ତେବେ ଏହାଦ୍ୱାରା ରକ୍ତ ସଫା ରହିବ । ସେଥିପାଇଁ ବେଲପଣା ରେ ସାମାନ୍ୟ ମହୁ ମିଶାଇ ନିୟମିତ ପିଇବା ଉଚିତ୍ ।
ଯଦି ଆପଣ ବେଲ ପତ୍ରକୁ ବ୍ୟବହାର କରିବେ ତେବେ ଏହା ଉଚ୍ଚ ରକ୍ତଚାପକୁ କମ କରିବାରେ ସହାୟକ ହେବ । ସେଥିପାଇଁ ବେଲପତ୍ରକୁ ପାଣିରେ ଫୁଟାଇ ଦିଅନ୍ତୁ ଏବଂ ସେହି ପାଣିକୁ ପିଅନ୍ତୁ । ଏଭଳି କରିବା ଦ୍ୱାରା ରକ୍ତଚାପ ନିୟନ୍ତ୍ରଣରେ ରହିବ । ଆସ୍ଥମା ରୋଗ ପାଇଁ ମଧ୍ୟ ବେଲଗଛ ଚେରକୁ କାଢା କରି ପିଇବା ଦ୍ୱାରା ଏଥିରୁ ଆରାମ ମିଳିଥାଏ ।
ଯଦି ଆପଣଙ୍କ ପେଟ ରୋଗ ଅଛି ତେବେ ଆପଣ ବେଲ ସେବନ କରନ୍ତୁ । ଏହାଦ୍ୱାରା ପେଟ ରୋଗରୁ ମୁକ୍ତି ମିଳିବ । ଏହାସହିତ କୋଷ୍ଟକାଠିନ୍ୟ , ଅପଚ,ଅଲ୍ସର ଆଦି ପାଇଁ ନିହାତି ଭାବେ ବେଲ ସେବନ କରନ୍ତୁ । ଏହାବ୍ୟତିତ ପ୍ରଚଣ୍ଡ ଗ୍ରୀଷ୍ମ ତାପର ଲୁ’ ରୁ ରକ୍ଷା ପାଇବା ପାଇଁ ବେଲ ପଣା ପିଅନ୍ତୁ ।